ମାଲକାନଗିରି ୨୭।୧୦୪ : ବାତ୍ୟା ଅର୍ଣ୍ଣବର ମୁକାବିଲା କରିବା ସହ ପରିସ୍ଥିତିର ଆନୁଧ୍ୟାନ କରିବା ଲାଗି ରାଜ୍ୟର ବରିଷ୍ଠ IAS ଅଫିସର Y. ବିଜୟଙ୍କୁ ମାଲକାନଗିରି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ମାଲକାନଗିରିରେ ପହଞ୍ଚିବା ପରେ ମୋଟୁ, କାଲିମେଳା, ପଡିଆ ଓ ମାଥିଲି ବ୍ଲକର ସମ୍ଭାବ୍ଯ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି Y. ବିଜୟ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ପ୍ରଶାସନର ପୂର୍ବ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ ବରିଷ୍ଠ IAS Y. ବିଜୟ ।

ମାଲକାନଗିରିର ଜିଲ୍ଲାରେ ୪ଟି ସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ୨୦ଟି ଆସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ କରାଯାଇଛି। ତଳିଆ ଅଞ୍ଚଳ ଓ ଭୂସ୍ଖଳନ ଏରିଆ ଚିହ୍ନଟ କରାଯାଇ ସେଠାରେ ପୂର୍ବରୁ NDRF ଓ ODRAF ଟିମ ମୁତୟନ କରାଯାଇଛି । ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇ ଛୋଟ ପିଲା, ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି । ଗତ ବନ୍ୟାରେ ୧୮ ଟି ପୋଲ ବୁଡିଥିବା ବେଳେ ତାହା ଉପରେ ମଧ୍ୟ ନଜର ରଖାଯାଇଛି ।

Watch Video:-