ନୂଆଦିଲ୍ଲୀ: ଭାରତ ମହାସାଗରରେ ଆସୁଛି ଶକ୍ତିଶାଳୀ ବାତ୍ୟା। ତିନି ତିନିଟା ଟ୍ରପିକାଲ ସାଇକ୍ଲୋନ ଆସିବା ନେଇ ପୂର୍ବାନୁମାନ କରିଛି ଇସ୍ରୋ। ୪୪ ବର୍ଷର ଆସିଥିବା ବାତ୍ୟାଠୁ ବି ହେବ ଅଧିକ ଶକ୍ତିଶାଳୀ। କେବେ ସୃଷ୍ଟି ହେବ ? କେଉଁଠି କରିବ ଲ୍ୟାଣ୍ଡଫଲ ? ଓଡ଼ିଶାକୁ କେତେ ବିପଦ ? କାହିଁକି ୧୯୯୯ ମହାବାତ୍ୟାଠୁ ବି ଅଧିକ ଶକ୍ତିଶାଳୀ ହେବ ?... ଏହାର ସମ୍ପୂର୍ଣ୍ଣ ଡାଟା ରିଲିଜ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ।

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଆସିପାରେ ୩ଟି ଟ୍ରପିକାଲ୍ ସାଇକ୍ଲୋନ୍ ବା ଘୂର୍ଣ୍ଣିବାତ୍ୟା। ଏନେଇ ୨୦୨୬ ମସିହାର POST-MOONSOON ଟ୍ରପିକାଲ ସାଇକ୍ଲୋନ୍ ପାଇଁ ଜାରି ହୋଇଥିବା ଋତୁକାଳୀନ ପୂର୍ବାନୁମାନରେ ଏଭଳି ଆକଳନ କରାଯାଇଛି। ରିପୋର୍ଟ ଅନୁସାରେ, ୨୦୨୬ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗରରେ ପ୍ରାୟ ୩ଟି ଟ୍ରପିକାଲ୍ ସାଇକ୍ଲୋନ୍ ଗଠନ ହେବାର ସମ୍ଭାବନା ରହିଛି। ସବୁଠୁ ବଡ଼ କଥା ହେଲା ଏନେଇ ପୂର୍ବାନୁମାନ କରିଥିବା ମଡେଲ ଓ ଷ୍ଟାଟିଷ୍ଟିକାଲ ଡାଟା ରିଲିଜ କରିଛି ISRO। ଯେଉଁ ଡାଟାବେସ୍ କହିଛି- ଏବର୍ଷ ଆସିବ ୩ ଶକ୍ତିଶାଳୀ ବାତ୍ୟା। ଯାହା ଗତ ୪୪ ବର୍ଷରେ ଆସିଥିବା ବାତ୍ୟା ଅଧିକ ଶକ୍ତିଶାଳୀ। ଅର୍ଥାତ ନର୍ଥ ଇଣ୍ଡିଆନ ଓସେନରେ ସୃଷ୍ଟି ହେବ ତିନି ତିନିଟା ପାଓ୍ୱାରଫୁଲ ସାଇକ୍ଲୋନ। କେବଳ ବାତ୍ୟା ସଂଖ୍ୟା ନୁହେଁ, ବାତ୍ୟାର ତୀବ୍ରତା ନେଇ ମଧ୍ୟ ଇସ୍ରୋ କରିଛି ଗୁରୁତ୍ୱପୂର୍ଣ୍ଣ ପୂର୍ବାନୁମାନ।

ସ୍କ୍ରିନକୁ ଦେଖିକି କିଛି ସମୟ ଗପିବିପୂର୍ବାନୁମାନରେ Power Dissipation Index ବା PDI ପ୍ରାୟ ୧୩.୦୬ × ୧୦⁶ knots³ ରହିପାରେ ବୋଲି କୁହାଯାଇଛି । ଏହି ସଂଖ୍ୟା ଗତ ୪୪ ବର୍ଷର ହାରାହାରି PDI ୭.୧୫ × ୧୦⁶ knots³ ଠାରୁ ଯଥେଷ୍ଟ ଅଧିକ। ଅର୍ଥାତ୍, ସାଧାରଣ ବର୍ଷ ତୁଳନାରେ ଚଳିତ ବର୍ଷ ପୋଷ୍ଟ ମନସୁନ ସମୟରେ ଟ୍ରପିକାଲ୍ ସାଇକ୍ଲୋନ୍ର କାର୍ଯ୍ୟକଳାପ ଅଧିକ ରହିପାରେ। ଏବେ ଆସନ୍ତୁ ବୁଝିବା- PDI କଣ ? PDI-Power Dissipation Index ହେଉଛି ଟ୍ରପିକାଲ୍ ସାଇକ୍ଲୋନ୍ର ତୀବ୍ରତା, ଏହାର ଅବଧି ଏବଂ ଗୋଟିଏ ବର୍ଷରେ ହେଉଥିବା ବାତ୍ୟା ସଂଖ୍ୟାକୁ ଆଧାର କରି ବାତ୍ୟାର ସାମଗ୍ରିକ ଶକ୍ତିକୁ ଆକଳନ କରିବାର ଏକ ସୂଚକ।()ଆପଣ ଯାହା ଚାର୍ଟରେ ଦେଖୁଛନ୍ତି ୧୯୮୨ରୁ ୨୦୨୫ ପର୍ଯ୍ୟନ୍ତ ଉତ୍ତର ଭାରତ ମହାସାଗରରେ ପୋଷ୍ଟ-ମୌସୁମୀ ବାତ୍ୟାର ଗତିବିଧି ଦର୍ଶାଯାଇଛି । ଏହା ସହ ୨୦୨୬ ପାଇଁ ଆକଳନ କରାଯାଇଥିବା ୩ଟି ବାତ୍ୟା ଏବଂ ୧୩.୦୬ × ୧୦⁶ knots³ PDIକୁ ଲାଲ ରଙ୍ଗରେ ଦର୍ଶାଯାଇଛି ।

ସରଳ ଭାବେ କହିଲେ, ଗୋଟିଏ ବାତ୍ୟା ତା'ର ସମ୍ପୂର୍ଣ୍ଣ ଜୀବନକାଳରେ କେତେ ଶକ୍ତି ବ୍ୟୟ କରୁଛି, ତାହାର ଏକ ମାପ ହେଉଛି PDI। ଏବେ ଜାଣିବା- PDI କିପରି ହିସାବ ହୁଏ? ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗକୁ ନିଆଯାଇ ତାହାର ଘନତ୍ୱ (Cube) କରାଯାଏ। ବାତ୍ୟା ଯେତେ ସମୟ ଧରି ରହେ, ସେହି ସମୟର ତଥ୍ୟକୁ ଯୋଗ କରାଯାଏ ବା ଆଡ୍ କରାଯାଏ।ଅର୍ଥାତ୍— ପବନର ବେଗ ↑ + ବାତ୍ୟାର ଅବଧି ↑ = PDI ↑ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୬ ବର୍ଷ ପାଇଁ ଦର୍ଶାଯାଇଥିବା PDIରେ ପବନ ବେଗର ଅଧିକ କ୍ୟୁବ ବ୍ୟବହାର ହେଉଥିବାରୁ ଶକ୍ତିଶାଳୀ ବାତ୍ୟାର ପ୍ରଭାବ ରହିବ। କିନ୍ତୁ ଏଠି ମନେ ରଖିବା ଦରକାର—PDI ଅଧିକ ହେବାର ଅର୍ଥ ନୁହେଁ ଯେ ନିଶ୍ଚିତ ଭାବେ ଓଡ଼ିଶାରେ ବଡ଼ ବାତ୍ୟା ଆସିବ। କିନ୍ତୁ ସମ୍ଭାବନାକୁ ଏଡାଦିଆଯାଇ ନପାରେ। ଏହା ଏକ ଋତୁକାଳୀନ ବାତ୍ୟା-କାର୍ଯ୍ୟକଳାପର ସୂଚକ।

ଏବେ ଆସିବା ନର୍ଥ ଇଣ୍ଡିଆନ ଓସେନ ଉତ୍ତର ଭାରତ ମହାସାଗର। ଉତ୍ତର ଭାରତ ମହାସାଗରର ୨ଟି ସବବେସିନ ରହିଛି। ଗୋଟିଏ ବଙ୍ଗୋପସାଗର ଓ ଅନ୍ୟଟି ଆରବ ସାଗର। ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ଏହା ଧିରେ ଧିରେ ବଙ୍ଗୋପ ସାଗର ଆଡ଼କୁ ମୁହାଁଏ। ବଙ୍ଗୋପ ସାଗରେ ପହଞ୍ଚିବା ପରେ ପୂର୍ବ ଦିଗରୁ ପ୍ରବାହିତ ବାୟୁ ବଳରେ ବାତ୍ୟା ସାଧାରଣତଃ ଆନ୍ଦ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଏ। ଯେହେତୁ ସମୁଦ୍ର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି, ତେଣୁ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଯଥେଷ୍ଟ ଅଧିକ। ଏହାର ଅର୍ଥ ସବୁଠୁ ଅଧିକ ଜଳୀୟବାଷ୍ପ ଉପରକୁ ଉଠିବ। ଯେଉଁଥି୍ପାଇଁ ଏ ଅଞ୍ଚଳରେ ବଡ଼ ସିଷ୍ଟମ ସୃଷ୍ଟି କରିବାକୁ ପାଗ ଅନକୂଳ ରହିବ। ଫଳରେ ଆଖପାଖର ଗୁରୁଚାପ ଅଞ୍ଚଳର ବାୟୁ ଏହି ସ୍ଥାନକୁ ପ୍ରବାହିତ ହେବ।

also read- ବଙ୍ଗୋପସାଗରରେ ବଡ଼ ସିଷ୍ଟମ୍‌ର ସଙ୍କେତ ! IMDର ବୁଲେଟିନ୍ ପରେ ହଇଚଇ, ୨୦ ପରେ ଅଶାନ୍ତ ହୋଇଯିବ ସମୁଦ୍ର

ବର୍ଷ ବର୍ଷ ଧରି ବାତ୍ୟା ଯେପରି ଓଡ଼ିଶାର ପିଛା ଛାଡୁନି। ଏହାରି ଭିତରେ ଇସ୍ରୋର ମଡେଲ ଚିନ୍ତାଜନକ। ଆପଣ ଜାଣିଥିବେ ଭାରତର ସବୁଠୁ ଅଧିକ ବର୍ଷା ଓଡ଼ିଶାରେ ହିଁ ହୋଇଛି। ଏହାରି ଭିତରେ ଗୋଟିଏ ପରେ ଗୋଟିଏ ସିଷ୍ଟମ ଆସୁଛି। ଆକି କିଛି ଦିନ ପରେ ମୌସୁମୀ withdraw କରିବ। ଅକ୍ଟୋବରରୁ ଡିସେମ୍ବର ଇଏ ବାତ୍ୟାର ସମୟ। ଉତ୍ତର ଭାରତ ମହାସାଗରରେ ପ୍ରାୟ ୩ଟି ଟ୍ରପିକାଲ୍ ସାଇକ୍ଲୋନ୍ ସୃଷ୍ଟି ହେବା ନେଇ ଇସ୍ରୋ ଓ୍ୱାର୍ଣ୍ଣିଂ ଦେବା ପରେ ଏବେ ଭୟ। ବଡ଼ ବାତ୍ୟା ଆସୁଥିବା ନେଇ କିଛି ବିଦେଶୀ ପାଣିପାଗ ମଡେଲ କହିଛି। କିନ୍ତୁ ଭୟଭୀତ ହେବାର ଆବଶ୍ୟକ ନାହିଁ। ଏବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ ଲ୍ୟାଣ୍ଡଫଲ୍ ପାଇଁ ଜାଣିବା ପାଇଁ ପ୍ରଥମେ ସମୁଦ୍ରରେ ସୃଷ୍ଟି ହେବା ପରେ ହିଁ ଜାଣିପାରିବେ। ଯଦି ଭବିଷ୍ୟତରେ ସେଭଳି ବିପଦ ଆସେ,ତାହାର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଜରୁରୀ।