ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା 'ଅକୱାନ୍ ' ଦୁର୍ବଳ ହେବା। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ 'ଗଭୀର ଅବପାତ'ରେ ପରିଣତ ହେବ। ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ 'ଅବପାତ'ରେ ପରିଣତ ହେବ। ବାତ୍ୟା ପ୍ରଭାବରେ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Also Read:-ବାତ୍ୟା ମୁକାବିଲାରେ ପ୍ରଶାସନର ବଡ଼ ପ୍ରସ୍ତୁତି, ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ

ସ୍ଥଳଭାଗ ଅତିକ୍ରମ ପରେ ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ୍’। 'ଗୋପାଳପୁରରୁ ୧୫ କିମି ଦୂରରେ ଉପକୂଳ ଅତିକ୍ରମ କରିଛି ବାତ୍ୟା। ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ପବନ ବେଗ ୭୦ରୁ ୮୦ କିଲୋମିଟର ରହିଥିଲା। ଝଟକା ପବନର ବେଗ ୯୦ କିମି ଥିଲା।