କଟକ ୦୬/୦୨: ପୁଣି କୋର୍ଟକୁ ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ । 

ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। କିଏ ଇମେଲ୍ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ଏହାକୁ ପଢନ୍ତୁ

​​​​​​​କୋର୍ଟରେ ବୋମା: ବର୍ଷେ ହେଲା ଆସୁଛି ଧମକ, ଯାଞ୍ଚ ପରେ ସବୁ ମିଛ ପ୍ରମାଣିତ​​​​​​​​​​​​​​


ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ରାଜ୍ୟରେ ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ଆରମ୍ଭ ହୋଇଥିଲା ତନାଘନା । ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚି ଖାନତଲାସୀ ହୋଇଥିଲା ।

ସେତେବେଳେ ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନଥିଲା । ତଥାପି ମେଲ୍ ଆସିଥିବା ସୋର୍ସର ମିଳିତ ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ କରିବ ବୋଲି କୁହା ଯାଇଥିଲା । ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଧମକପୂର୍ଣ୍ଣ ଇ-ମେଲ ପରେ କୋର୍ଟ ପରିସରରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚିଥିଲେ । ବିଭିନ୍ନ ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । ପ୍ରଥମେ ବିଚାରପତିମାନଙ୍କୁ କୋର୍ଟ ପରିସରରୁ ସୁରକ୍ଷିତ ବାହାର କରିବା ସହ ଓକିଲ ମାନଙ୍କୁ ମଧ୍ୟ କ୍ୟାମ୍ପସ ଛାଡ଼ିବାକୁ କୁହାଯାଇଥିଲା । କ୍ୟାମ୍ପସରେ ସର୍ଚ୍ଚ କରିଥିଲେ ସନ୍ଧାନୀ କୁକୁର । ମେଟାଲ ଡିଟେକ୍ଟର ସହାୟତାରେ ଖୋଜା ଯାଇଥିଲା ବୋମା ।
 

​​​also read..

ଦିନରେ ଥିଲେ, ରାତିରେ ଗାଏବ ହୋଇଗଲେ : ୧୪ ଘଣ୍ଟା ହେଲା ଖୋଜି ଖୋଜି ନୟାନ୍ତ