ଚେନ୍ନାଇ: ଆରମ୍ଭରୁ ନିରବ ଥିବା ଆୟୁଷ ମାହାତ୍ରେଙ୍କ ବ୍ୟାଟ୍ ଚେନ୍ନାଇରେ ଚମକିଲା। ମହାତ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ଆଗରେ ୨୧୦ ରନ୍ ବଡ଼ ରନ୍ ଟାର୍ଗେଟ୍ ଦେଲା ଚେନ୍ନାଇ ସୁପର କିଙ୍ଗସ୍। ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିମନ୍ତ୍ରଣ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ୨୦୯ ରନ୍ କରିଥିଲା। ଦଳ ପକ୍ଷରୁ ଆୟୁଷ ମହାତ୍ରେ ଚମତ୍କାର ବ୍ୟାଟିଂ କରି ସର୍ବାଧିକ ୭୩ ରନ କରିଛନ୍ତି। ସେହିପରି ଶିବମ ଦୁବେ ୨୭ ବଲ୍‌ରେ ୪୭ ରନ୍ କରି ନଟ୍ ଆଉଟ୍ ରହିଥିଲେ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2026 ସଂସ୍କରଣରେ ଆଜିର ମୁକାବିଲା ସପ୍ତମ ମୁକାବିଲା ଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପର କିଙ୍ଗ୍ସର ଆରମ୍ଭ ଭଲ ନଥିଲା,ଦ୍ୱିତୀୟ ଓଭରରେ ସଞ୍ଜୁ ସାମସନ ମାତ୍ର ୭ ରନ୍ କରି ଦ୍ରୁତ ବୋଲର ଜାଭିୟର ବାର୍ଟଲେଟଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ। ଏହାପରେ ଅଧିନାୟକ ଋତୁରାଜ ଗାୟକୱାଡ ଏବଂ ଆୟୁଷ ମହାତ୍ରେ ଦ୍ୱିତୀୟ ୱିକେଟ ପାଇଁ ୯୬ ରନର ପାର୍ଟନର୍ସିପ୍ କରିଥିଲେ। ଏହି ପାର୍ଟନର୍ସିପ୍ ମଧ୍ୟରେ ଆୟୁଷ ୨୯ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।

ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲ ଋତୁରାଜ ଗାୟକୱାଡଙ୍କୁ ଆଉଟ୍ କରି ଏହି ପାର୍ଟନର୍ସିପ୍ ଭାଙ୍ଗିଥିଲେ। ଋତୁରାଜ ୨୨ ବଲରେ ୨ଟି ଚୌକା ସହ ୨୮ ରନ୍ କରିଥିଲେ। ଏହାପରେ ଆୟୁଷ ମହାତ୍ରେଙ୍କ ବିଜୟକୁମାର ବୈଶାଖଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଆୟୁଷ ୪୩ ବଲ୍ଖେଳି ୭୩ ରନ୍ କରିଥିଲେ।ଯେଉଁଥିରେ ୬ ଚୌକା ଏବଂ ୫ ଛକା ସାମିଲ ଥିଲା।ଅନ୍ୟପଟେ କାର୍ତ୍ତିକ ଶର୍ମା ମାତ୍ର ୧ ରନ୍ କରି ମାର୍କୋ ଜାନସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।ସରଫରାଜ ଖାନ କିଛି ବଡ଼ ସଟ୍ ମାରି ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସକୁ ଦ୍ରୁତ ଗିତରେ ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ। ସରଫରାଜ ୧୨ଟି ବଲରୁ ୬ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୨ ରନ କରିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୯ ରନ୍ କରିଥିଲା।

ପଞ୍ଜାବ କିଙ୍ଗସ ବୋଲିଂ ପ୍ରଦର୍ଶନ

ପଞ୍ଜାବ ପକ୍ଷରୁ ବିଜୟକୁମାର ବୈଶାଖ ସର୍ବାଧିକ ୨ଟି ୱିକେଟ୍ ନେଇଥିାବା ବେଳେ ଜାଭିୟର ବାର୍ଟଲେଟ୍, ମାର୍କୋ ୟାନସେନ ଓ ୟୁଜବେନ୍ଦର ଚହଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।