ଉମରକୋଟ ୩୧।୦୩ : ୧୭ ଘଣ୍ଟା ହେବ ପଡ଼ିରହିଛି ଶବ । ମୂଳଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଗାଁ ମାଟିରେ ଶବ ସତ୍କାର ପାଇଁ ଜାଗା ଦେଉନାହାନ୍ତି ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରୀଭରଣ୍ଡୀ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

Also Read:-Jungle Fire: ଜଙ୍ଗଲ ନିଆଁ ଲିଭାଇବ ଟେକ୍ନୋଲଜି, ଗୃହରେ ମନ୍ତ୍ରୀ ରଖିଲେ ଉତ୍ତର

ଖବର ଅନୁଯାୟୀ, ପୂଜାରୀଭରଣ୍ଡୀ ଗାଁର କିଛି ପରିବାର ନିଜ ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିଲେ । ସୋମବାର ବିଳମ୍ବିତ ରାତିରେ ଧର୍ମ ପରିବର୍ତ୍ତନ କରିଥିବା ପରିବାରଙ୍କ ମଧ୍ୟରେ ଚଇତି ହରିଜନ ନାମଜ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସେମାନେ ହିନ୍ଦୁ ଧର୍ମ ଛାଡ଼ିଥିବା ଯୋଗୁ ସେମାନଙ୍କ ଗାଁରେ ହିନ୍ଦୁ ଶ୍ମଶାସରେ ଶବ ସତ୍କାର ପାଇଁ ଜାଗା ଦେବୁ ନାହିଁ ବୋଲି ଜିଦ୍ ଧରିବସିଛନ୍ତି ଗ୍ରାମବାସୀ । ଯଦି ଉକ୍ତ ପରିବାର ନିଜ ମୂଳ ଧର୍ମକୁ ଗ୍ରହଣ କରି ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଶବ ସତ୍କାର କରିବେ । ତାହେଲେ ଆମେ ଗାଁ ଶ୍ମଶାନରେ ଜାଗା ଦେବୁ ବୋଲି କହିଛନ୍ତି । ଯଦି ଏପରି ନହୁଏ, ତେବେ ସେମାନଙ୍କ ଧର୍ମର ଶ୍ମଶାନରେ ସତ୍କାର କରନ୍ତୁ ବୋଲି କହିଛନ୍ତି ହିନ୍ଦୁ ଧର୍ମାବଲମ୍ବୀ ଗ୍ରାମବାସୀ । ଯାହାକୁ ନେଇ ଗ୍ରାମରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି । ଉମରକୋଟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । କିନ୍ତୁ ସମସ୍ତେ ନିଜ ଜିଦ୍ରେ ଅଟଳ ଅଛନ୍ତି ।

Also Read:-Bijay on Biju Row: ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନି, ବର୍ଷିଲେ ବରିଷ୍ଠ ରାଜନେତା

ଅନ୍ୟପଟେ ମୃତ ପରିବାର ଲୋକଙ୍କ କହିବା ହେଲା, ଆମେ ଦୀର୍ଘ ଦିନ ହେଲା ଗାଁରେ ବସବାସ କରୁଛି । ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅନ୍ୟପକ୍ଷର ଲୋକ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।