ନୟାଗଡ ୧୬।୪: ଜାତୀୟ ରାଜପଥରେ ଲୁଟେରାଙ୍କ ଆତଙ୍କରାଜ । ଦମ୍ପତିଙ୍କ ଠାରୁ ଲୁଟ୍ । ଲୁଟେରାଙ୍କ ଆକ୍ରମଣରେ ଦମ୍ପତି ଗୁରୁତର । ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ଖୋର୍ଦ୍ଧ। ବଲାଙ୍ଗିର ଜାତୀୟ ରାଜପଥର ମାଙ୍କପଲ୍ଲି ନିକଟରେ ଘଟିଛି ଲୁଟ୍ ଘଟଣା । ବାଇକ୍‌ରେ ଆସୁଥିବା ଦମ୍ପତିଙ୍କ ଠାରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଆକ୍ରମଣରେ ଉଭୟ ସ୍ଵାମୀ-ସ୍ତ୍ରୀ ଗୁରୁତର ଆହତ ହୋଇ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ଚଣ୍ଡିବସ୍ତ ଗାଁର ପ୍ରହଲ୍ଲାଦ ବିଶ୍ବାଳ ଅପରାହ୍ନରେ ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କକୁ ଆସୁଥିଲେ । ମାଙ୍କପଲ୍ଲି ନିକଟ ବାଇପାସ୍ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍ରେ ଆସି ତାଙ୍କ ବାଇକ୍‌କୁ ଗୋଇଠା ମାରି ଦେଇଥିଲେ । ଭାରସାମ୍ୟ ହରାଇ ପ୍ରହଲ୍ଲାଦ ଏବଂ ତାଙ୍କ ସ୍ତ୍ରୀ ଗାଡି ସହିତ ପଡିଯାଇଥିଲା । ଦୁର୍ବୃତ୍ତ ମାନେ ସ୍ତ୍ରୀ ଧରିଥିବା ଭ୍ୟାନିଟି ବ୍ୟାଗ୍ ଛଡାଇ ନେଇ ଦ୍ରୁତ ଗତିରେ ବାଇପାସ୍ ରାସ୍ତାରେ ପଳାଇ ଯାଇଥିଲେ ।

Also Read:- Symbolic Last Rites in Bhadrak : ନିଜ ଲୋକର ମୃତ୍ୟୁରେ ଶୋକ, ଗାଁ ଦାଣ୍ଡରେ ହରିନାମ ସତ୍ୟ ହୈ… କିନ୍ତୁ କାହାର ଏ ଶବ ?

ଉଭୟ ଦୁର୍ବୃତ୍ତ ମୁହଁରେ କନା ବାନ୍ଧିଥିବା ପ୍ରହଲ୍ଲାଦ କହିଛନ୍ତି । ଭ୍ୟାନିଟି ବ୍ୟାଗ୍‌ରେ ୮ ହଜାର ଟଙ୍କା, ଦୁଇଟି ମୁଦି ଏବଂ କିଛି ରୁପା ଗହଣା ରହିଥିଲା । ଗାଡିରୁ ପଡିଯିବା ଫଳରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କର ଦେହ ସାରା ଖଣ୍ଡିଆଖାବରା ହେବା ସହ ହାତଗୋଡ଼ରେ ଗଭୀର ଆଘାତ ଲାଗିଛି ।