ମୁମ୍ବାଇ ୧୭।୧: ମହାରାଷ୍ଟ୍ର ରାଜନୀତିରେ ଠାକରେ ଭ୍ରାତାଙ୍କୁ ମୁମ୍ବାଇରେ ପରାସ୍ତ କରି ବିଜେପି ଏବେ ଉତ୍ସବରେ ମଗ୍ନ। ଅନ୍ୟପଟେ ଉଦ୍ଧବ ଠାକରେଙ୍କ ନିକଟତମ ନେତା ସଞ୍ଜାୟ ରାଉତ ବଡ଼ ବୟାନ ଦେଇଛନ୍ତି। ରାଉତ ଶନିବାର ମୁମ୍ବାଇ ବିଏମସି ନିର୍ବାଚନ ଫଳାଫଳ ସମ୍ପର୍କରେ କହିଛନ୍ତି ଯେ ମନସେ କୁ ୬ଟି ସିଟ୍ ମିଳିଛି। ସେମାନେ ଅନେକ ଆସନରେ ଖୁବ କମ ମାର୍ଜିନରେ ହାରିଛନ୍ତି। ଯଦି ସେ କ୍ଷେତ୍ରରେ ଆମେ ବିଜୟୀ ହୋଇଥାନ୍ତୁ ତେବେ ମୁମ୍ବାଇରେ ଆଜି ଯେଉଁ ଛବି ଦେଖାଯାଉଛି ତାହା ଆପଣ ଦେଖିନଥାନ୍ତେ। ଏହା ସତ୍ତ୍ୱେ ବିଜେପି-ସିନ୍ଦେ ମେଣ୍ଟ ପାଖରେ ଆଜି ମାତ୍ର ୪ ଟି ବହୁମତ ଅଛି।
ରାଉତ କହିଛନ୍ତି ମହାନଗର ପାଳିକାର ଯେଉଁ ସଦନ ଅଛି ସେଠାରେ ବିରୋଧୀ ବହୁମତରେ ଶକ୍ତିଶାଳୀ ଅଛନ୍ତି। ଆମେ ଆପଣଙ୍କୁ ମୁମ୍ବାଇକୁ ଆଦାନୀଙ୍କ ଝୁଲିରେ ଦେଇ ଦେବୁନି କି ମହାନଗର ନିଗମରେ ଠିକାଦାର ରାଜ ଆସିବାକୁ ଦେବୁନି। ଆମର ୧୦୦ରୁ ଅଧିକ କାଉନସିଲର ସବୁ ମୋଡରେ ତୁମକୁ ଛକିବେ। ଆମ ପାର୍ଟିରେ କିଛି ‘ଜୟଚନ୍ଦ’ ଥିଲେ, ଯଦି ସେମାନଙ୍କ ଜନ୍ମ ନ ହୋଇଥାନ୍ତା ତେବେ ବିଜେପିର ୧୦୦ ପିଢୀ ବି୍ ମେୟର ହୋଇ ପାରିନଥାନ୍ତେ।
#WATCH | मुंबई, महाराष्ट्र: शिवसेना (UBT) नेता संजय राउत ने महाराष्ट्र नगर निगम चुनाव परिणाम 2026 पर कहा, "...MNS को 6 सीटें मिलीं और वे बहुत सारी सीटें बहुत कम मार्जिन से हार गए। शिवसेना की लगभग 12-13 सीटें ऐसी हैं जहां पर हम बहुत कम मतों से हार गए हैं। यदि हम वहां जीत जाते तो… pic.twitter.com/zqYbGCV8Q5
— ANI_HindiNews (@AHindinews) January 17, 2026
ସଞ୍ଜୟ ରାଉତ କହିଛନ୍ତି ଯେ ବିରୋଧୀଙ୍କ ନିକଟରେ ଏପରି ସଂଖ୍ୟାବଳ ରହିଛି ସେମାନେ କେବେବି ଶାସନ ପରିବର୍ତ୍ତନ କରିଦେଇ ପାରିବେ। ତେବେ ଆମେ ଗଣତନ୍ତ୍ରକୁ ସମ୍ମାନ କରୁ। ଏଣୁ ଆମେ ଏପରି କିଛି ନ କଲେ ବି ମୁମ୍ବାଇକୁ ଆମେ କେବେବି ଆଦାନୀଙ୍କ ଝୁଲିରେ ଦେବୁ ନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ନିର୍ବାଚନରେ ବିଜେପିକୁ ବିଏମସି ନିର୍ବାଚନରେ ୮୨ଟି ଆସନ ମିଳିଥିଲା। ଏଥର ୮୯ଟି ମିଳିଛି, ଅପରପଟେ ଏକନାଥ ସିନ୍ଦେଙ୍କ ଶିବସେନାକୁ ୨୯ଟି ଆସନ ମିଳିଛି।
ଶିବସେନା(ୟୁବିଟି) ରୂପେ ଉଦ୍ଧବଙ୍କ ନିମନ୍ତେ ଏହା ପ୍ରଥମ ନଗରନିଗମ ନିର୍ବାଚନ। ଏହା ସତ୍ତ୍ୱେ ବିରୋଧୀଙ୍କ ନିର୍ବାଚିତ କାଉନସିଲଙ୍କ ସଂଖ୍ୟା ୧୦୯ରୁ ଅଧିକ। ଏଥିରେ ଶାସକ ଦଳଙ୍କ ପାଖରେ ମୋଟ କାଉନସିଲରଙ୍କ ସଂଖ୍ୟା ୧୧୮। ଏଣୁ ଶାସକ ଦଳଙ୍କୁ ବୃହନମୁମ୍ବାଇ ମହାନଗର ନିଗମ ଚଳାଇବା ଏଥର ଏତେ ସହଜ ହେବନି। ସେମାନଙ୍କୁ ମହାନଗର ନିଗମରେ ଠିକାଦାରୀ ରାଜ ଚଳାଇବାକୁ ବିରୋଧୀ ସୁଯୋଗ ଦେବେନି।
