ଭୁବନେଶ୍ୱର ୨୩।୦୪ : ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନହେଲେ ଆନ୍ଦୋଳନ କରିବ କଂଗ୍ରେସ । ବିଦ୍ୟୁତ ଶକ୍ତିର ଅଡିଟ କରନ୍ତୁ ସରକାର । ଅଘୋଷିତ ବିଦ୍ୟୁତ କାଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ତାତି ବଢୁଥିବା ବେଳେ ବିଦ୍ୟୁତ କାଟ ସମସ୍ୟା ମଧ୍ୟ ବଢ଼ିଚାଲିଛି । ଦୁଃଖର କଥା କମ୍ପାନୀ ବିଦ୍ୟୁତ ଚୋରି କରୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ କାଟ ହେଲେ ଦଣ୍ଡ ଦିଆଯିବ। ତେବେ କେତେ ଅଧିକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହାର ହିସାବ ଦିଅନ୍ତୁ । ପୂର୍ବ ମାସରେ ୨୪ ରୁ ୩୦ ଘଣ୍ଟା ବିଦୁତ କାଟ ହୋଇଥିଲା । ଚଳିତ ମାସରେ ୨୦ ଦିନରେ ଭିତରେ ୩୦ ଘଣ୍ଟାରୁ ଅଧିକ ଲାଇନ କଟା ହେଲାଣି ।

Also Read:-Ghost Tree : ୪୦୦ ବର୍ଷର ‘ଭୂତଗଛ’ରେ ବସିଛି ବିରାଟକାୟ ବିରଳ ପେଚା, ପାଖକୁ ଗଲେ ଲାଗୁଛି ଡର...

ସେହିପରି ବିଦ୍ୟୁତ ସେଭିଂ କଥା କହୁଛନ୍ତି ସରକାର । ବିଦ୍ୟୁଟ କାଟ୍କୁ ସମର୍ଥନ କରୁଛନ୍ତି ରାଜ୍ୟ ସରକାର ।ନିୟମ ଅନୁସାରେ ବିଦ୍ୟୁତ ଉପଭୋକ୍ତା ପ୍ରକୋଷ୍ଟ ନିର୍ମାଣ ହେବା କଥା କିନ୍ତୁ ତାହା ହୋଇନାହିଁ । ବିଦ୍ୟୁତ ଶକ୍ତିର ଅଡିଟ୍ କରିବାକୁ ଆମେ ଦାବି କରୁଛି । କିନ୍ତୁ ସରକାର ଶୁଣୁନାହାନ୍ତି । ତେଣୁ ଆମେ ଦାବି କରୁଛି ତୁରନ୍ତ ବିଦ୍ୟୁତ ଶକ୍ତିର ଅଡିଟ ହେଉ, ନଚେତ ସାରା ରାଜ୍ୟରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ଚେତାବନୀ ଦେଇଛି କଂଗ୍ରେସ ।