ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥାରେ ରହିଛି କିଛି ତ୍ରୁଟି। ଏଥିପାଇଁ ପୂର୍ବରୁ ବିଭିନ୍ନ ଆପାର୍ଟମେଣ୍ଟର ପ୍ରେସିଡେଣ୍ଟ ଓ ସେକ୍ରେଟେରୀଙ୍କ ସହ ଆଲୋଚନା ପରେ ବି ବ୍ୟବସ୍ଥିତ ହୋଇନି ସୁରକ୍ଷା ବ୍ୟବସ୍ଥା। ଯାହାକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ। ଏମିତିରେ ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ନୋଟିସ ଲଗାଇଛି କମିଶନରେଟ ପୋଲିସ।

ଏହି ନୋଟିସ ଅନୁସାରେ ସବୁ ଆପାର୍ଟମେଣ୍ଟରେ IP ଏନେବଲ କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ବିଲ୍ଡର୍ସ, ଆପାର୍ଟମେଣ୍ଟ ମେମ୍ବର, ଆପାର୍ଟମେଣ୍ଟ ଓ୍ବେଲଫେୟାର କମିଟି ଏବଂ ସୋସାଇଟିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି କୌଣସି ଆପାର୍ଟମେଣ୍ଟ ଏହି ନିୟମକୁ ନମାନନ୍ତି ତେବେ ଶେଷ ତାଗିଦ୍ ଓ ସଚେତନ ପରେ କଡ଼ା ଆକ୍ସନ ନିଆଯିବ।

Also Read: ଖରାଦିନେ ବିଲ୍ ବାକିଥିଲେ ବି କଟିବନି ବିଦ୍ୟୁତ୍, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ

ସୂଚନାଥାଉକି, ଓଡ଼ିଶା ସହରାଞ୍ଚଳ ପୋଲିସ ଆକ୍ଟ ୨୦୦୩ ଆଧାରରେ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ IP ଏନାବଲ କ୍ୟାମେରା ଲଗାଇବାକୁ ଏହି ନୋଟିସ ଦିଆଯାଇଛି। କୌଣସି ଘଟଣା ଘଟିଲେ ସିସିଟିଭି ତଥ୍ୟ ପୋଲିସକୁ ଦେବା ପାଇଁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି। ଏହାଦ୍ବାରା ଆପାର୍ଟମେଣ୍ଟରେ ଘଟୁଥିବା ଅପରାଧକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଇଛି।