ଭୁବନେଶ୍ବର ୮।୪: ସ୍ଥାନ ଭୁବନେଶ୍ବର ଶୈଳଶ୍ରୀ ବିହାର ଆଦର୍ଶ ବସ୍ତି ଛକ ରାସ୍ତା । ସମୟ ଭୋର ସାଢ଼େ ୫ଟା । ହଠାତ୍ ହେଲା ଜୋରଦାର ଶବ୍ଦ । ଆଉ ରୁଣ୍ଡ ହୋଇଯାଇଥିଲେ ପଥଚାରୀ । ଶୁଭୁଥିଲା ବୋପାଲୋ ମାଆଲୋ । ଆଉ କାନ୍ଦ ବି ଶୁଭୁଥିଲା । ଆଉ ପହଞ୍ଚିଥିଲା ଆମ୍ବୁଲାନ୍ସ । ବୋହି ନେଇଥିଲା ଗୁରୁତର ଅଟୋ ଚାଳକଙ୍କୁ । ଦ୍ରୁତ ଗତିରେ ଆସୁଥିବା କାର୍ ଧକ୍କାରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି ।

​​​​​​​ ​​​​​​

ରଙ୍ଗ୍‌ ସାଇଡ୍‌ରେ ଆସୁଥିଲା ଅଟୋ । ସାମ୍ନାପଟୁ ଦ୍ରୁତଗତିରେ ଆସୁଥିଲା କାର୍ । ହଠାତ୍ ମୁହାଁମୁହିଁ ହୋଇଗଲେ ଅଟୋ-କାର୍ । ଭୁବନେଶ୍ବର ଶୈଳଶ୍ରୀ ବିହାର ଆଦର୍ଶ ବସ୍ତି ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଟୋଟି ରାସ୍ତା ପାର ହେବା ବେଳେ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ଅଟୋ ଚାଳକ ଆହତ ହୋଇ ଘରୋଇ ମେଡିକାଲରେ ଭର୍ତ୍ତି ।ଅଟୋରେ ଥିବା ଯାତ୍ରୀ ଜଣଙ୍କ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ କାର୍ ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Also Read:- ଖଣି ଲିଜ୍‌ଧାରୀ- ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ

ସ୍ଥାନୀୟ ଲୋକଙ୍କ କହିବା କଥା ଅଟୋଟି ରଙ୍ଗ୍ ସାଇଡ୍‌ରୁ ଆସୁଥିବା ବେଳେ କାର୍‌ଟି ଧକ୍କା ଦେଇଥିଲା । ଖବର ପାଇ ଦୁର୍ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୋଲିସ ଜବତ କରିଛି । କାର୍ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।