ସୁନ୍ଦରଗଡ଼ ୫।୧୧: କୋଇଲା ବୋଝେଇ ଟ୍ରକ୍ ଓଲଟି ଚାଳକ ମୃତ । ସୁନ୍ଦରଗଡ କୋଲଡ଼ା ପ୍ରକଳ୍ପ ନିକଟରେ ଟ୍ରକ୍ ଓଲଟି ଚାଳକଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଧାରଣା ଦେଇଛନ୍ତି ।

ସୁନ୍ଦରଗଡ଼ ଖଣି ଅଞ୍ଚଳରେ ପୁଣି ଅଘଟଣ । ବ୍ରେକ୍ ଡାଉନ୍ କୋଇଲା ବୋଝେଇ ଟ୍ରେଲରକୁ ସାଇଡ୍ କରୁଥିବା ବେଳେ ଓଲଟି ପଡ଼ିଲା ଗାଡ଼ି । ଟ୍ରେଲର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ଧାରଣାରେ ପରିବାର ଲୋକ । କୋଲଡ଼ା ପ୍ରକଳ୍ପ ନିକଟରେ ବ୍ରେକ୍ ଡାଉନ୍ କୋଇଲା ବୋଝେଇ ଟ୍ରେଲରଟି ଓଲଟି ପଡ଼ିଥିଲା । ଫଳରେ ଟ୍ରେଲର ତଳେ ଚାପି ହୋଇ ଚାଳକ ପ୍ରଦୀପ ମହାକୁରଙ୍କ ମୃତ୍ୟୁ ହୋଇଛି ।

Also Read:- କୋଟିଆରେ ଓଡ଼ିଶାର କଡ଼ା ପହରା, ୩ ପ୍ରବେଶ ପଥ ସିଲ୍ ପରେ ପଛକୁ ହଟିଲା ଆନ୍ଧ୍ର

କମ୍ପାନୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଗାଡ଼ିଟିକୁ ସାଇଡ୍ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି । କମ୍ପାନୀ କାର୍ଯ୍ୟାଳୟରେ ତାଲା ପକାଇ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଉଚିତ କ୍ଷତିପୂରଣ ନମିଳିବା ଯାଏ ମୃତଦେହ ଉଠାଇବାକୁ ଦେଉନାହାନ୍ତି ପରିବାର ଲୋକେ । ଖଣି ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

Watch Video: