ଭବାନୀପାଟଣାରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର, ଯୋଡିଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍

Published By : Prameya-News7 Bureau | May 06, 2024 IST

କଳାହାଣ୍ଡି ୬।୫: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଡିଶଙ୍ଖରେ ଭୋଟ୍ ଦେବାକୁ ଅପିଲ୍‌ କରିଛନ୍ତି ନବୀନ । 

ଏହାପରେ ନୂଆପଡା ଜିଲ୍ଲାର ଖଡିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି ନବୀନ । ଆରମ୍ଭରୁ ଆପଣମାନେ ଭଲ ଅଛନ୍ତି କି ପଚାରିଲେ ମୁଖ୍ୟମନ୍ତ୍ରୀ । BSKY, ମମତା ଯୋଜନା ଭଲ କି ପଚାରିଲେ । 5T ସ୍କୁଲ ରୂପାନ୍ତରିକରଣ ଭଲ ଲାଗୁଛି କି ପଚାରିଲେ । ଲକ୍ଷ୍ମୀ ବସ୍‌ ଯୋଜନା ଭଲ ଲାଗୁଛି କି ପଚାରିଲେ । ଚାଷୀଙ୍କ କାଳିଆ ଯୋଜନା ଭଲ ଲାଗୁଛି କି ନାହିଁ ପଚାରିଲେ ।

ବିରୋଧୀ ମିଛ ପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୋତେ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । BJD ସାଂସଦ ଓ ବିଧାୟକଙ୍କୁ ଭୋଟ୍ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।

You Can Read :

ରାୟଗଡା ଜିଲ୍ଲା କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ସଭାପତି ବିଜୟ ଗମାଙ୍ଗ

 

 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.