ପଞ୍ଜାବରେ ନିର୍ବାଚନ ପ୍ରଚାର କଲେ କେଜରିୱାଲ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 26, 2024 IST

ଚଣ୍ଡିଗଡ଼ ୨୫।୫: ପଞ୍ଜାବରେ  ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ  ପକ୍ଷ ଓ ବିପକ୍ଷ ଏବେ ମୁହାଁ ମୁହିଁ ଅବସ୍ଥାରେ ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବା ରାଜନୀତିକୁ ରୋଚକ କରିଛି। ନିର୍ବାଚନ ପ୍ରଚାରରେ କେଜରିୱାଲ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ରାଜ୍ୟର ସମସ୍ତ ୧୩ଟି ଜାକ ଆସନରେ ଆମ ଆଦମୀ ପାର୍ଟି (ଆପ)  ପ୍ରାର୍ଥୀଙ୍କୁ ଜିତାଇ କେନ୍ଦ୍ରରେ ଆମର ହାତକୁ ମଜଭୁତ କରନ୍ତୁ ବୋଲି କହିଛନ୍ତି। 

କେଜରିୱାଲ କହିଛନ୍ତି ଯେ ଯଦି ରାଜ୍ୟରେ ଆପଣ ୧୩ରୁ ୧୩ଟି ଜାକ ଆସନ ଆପକୁ ଦିଅନ୍ତି ତେବେ ଦିଲ୍ଲୀରେ ଆମର ତାକତ ଆହୁରି ବଢିବ। ପଞ୍ଜାବର ଏପରି ଅନେକ ମାମଲା ଅଛି ଯେଉଁଥି ପାଇଁ ଆମକୁ କେନ୍ଦ୍ର ସରକାର ସହ ଲଢିବାକୁ ପଡିବ। ଏଣୁ ଆମକୁ ମଜଭୁତ କରନ୍ତୁ ବୋଲି କେଜରିୱାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ପଞ୍ଜାବର ହକ୍ ପାଇଁ ଲଢିଯିବୁ। ଆପଣଙ୍କ ବିଧାନସଭାରେ ଆଇନ ଗୃହୀତ ହେଲେ ଏହାକୁ ରାଜ୍ୟପାଳ ଚପାଇ ଦେଉଛନ୍ତି। ଏଣୁ ଲାଭ କଣ ହେଉଛ? ଏଥିରେ ଯଦି ଆପଣ ୧୩ ଆସନ ଆମକୁ ଦିଅନ୍ତି ବିଧେୟକକୁ ଅଟକାଇବା ଲାଗି ରାଜ୍ୟପାଳଙ୍କ ସାହସ ହେବନି। 


କେନ୍ଦ୍ର ଆପଣଙ୍କ ୮ ହଜାର କୋଟି ଟଙ୍କା ମାଡି ବସିଛି। ରୁରାଲ ଡେଭଲପମେଣ୍ଟ ଫଣ୍ଡର ସାଢେ ୫ ହଜାର କୋଟି ଟଙ୍କା କେନ୍ଦ୍ର ଦେଉ ନାହିଁ। ଏଥି ପାଇଁ ତାଙ୍କର ସାହସ ହେଉଛି କିପରି? ଏହା ପଞ୍ଜାବର ଲୋକଙ୍କ ହକ୍, ଆପଣଙ୍କ ହକ୍ ଆପଣ ଭିକ ମାଗୁ ନାହାନ୍ତି। ସେମାନେ ନ୍ୟାସନାଲ ହେଲଥ ମିସନ ପଇସା ଅଟକାଇ ଦେଇଛନ୍ତି। ଏଥିରେ ରାଜ୍ୟରେ ମହଲ୍ଲା କ୍ଲିନିକ୍ ହୋଇଥାନ୍ତା। ହେଲେ ତୁମ ପଇସା ଅଟକାଇବାକୁ ସେମାନଙ୍କ ସାହସ ହେଉଛି କିପରି? କାରଣ ସଂସଦରେ ଆମର ସାଂସଦଙ୍କ ଅଭାବ ରହିଛି। ସେ କ୍ଷେତ୍ରରେ ଆମେ ଦୁର୍ବଳ, ଆପଣ ଆମ ହାତକୁ ମଜଭୁତ କରନ୍ତୁ ଦେଖିବା ସେମାନେ କେମିତି ତୁମ ପଇସା ଅଟକାଇ ଦେବେ ବୋଲି କେଜରିୱାଲ କହିଛନ୍ତି। 


ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ ମୁଁ ଦେଶକୁ ବଞ୍ଚାଇବା ପାଇଁ ଆପଣମାନଙ୍କୁ ନିବେଦନ କରିବାକୁ ଆସିଛି। ଆମେ ଗୋଟେ ଓଳି ଉପାସ ରହିଯିବା ହେଲେ ଏକଛତ୍ରବାଦକୁ ବରଦାସ୍ତ କରିବା ନାହିଁ। ଦେଶ ଏବେ ଏକଛାତ୍ର ଆଡକୁ ବଢୁଛି। ରାଜ୍ୟପାଳମାନେ ବିଧାନସଭା ଦ୍ୱାରା ଗୃହୀତ ବିଧେୟକଙ୍କୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି। ଏହା ବିରୋଧରେ ଆପଣମାନଙ୍କୁ ଶ୍ୱର ଉତ୍ତୋଳନ କରିବାକୁ ପଡିବ ବୋଲି କେଜରିୱାଲ ଲୋକଙ୍କୁ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.