ଅନ୍ତିମ ପର୍ଯ୍ୟାୟ ଭୋଟ କସରତ, ସୁଘୁଡା ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

Published By : Prameya-News7 Bureau | May 27, 2024 IST

ଚଣ୍ଡୀଖୋଲ ୨୭/୦୫: ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଯାଜପୁର ବଡଚଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଆଉ ଅଳ୍ପ ଦିନ ହାତରେ ରହିଥିବା ବେଳେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀମାନେ । 


ବଡଚଣା ବିଜେପି ପ୍ରାର୍ଥୀ ଅମର ପ୍ରସାଦ ନାୟକ ପ୍ରଚାରକୁ ଜୋରଦାର କରିଛନ୍ତି । ବଡଚଣା ନିର୍ବାଚନ ମଣ୍ଡଳୀର ସୁଘୁଡ଼ା ପଂଚାୟତରେ ବିଜେପି ପକ୍ଷରୁ ଅମର ନାୟକ ପ୍ରଚାର କରିଛନ୍ତି । ନିଜ ସମର୍ଥକ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିଜେପିର ଗ୍ୟାରେଣ୍ଟି କାର୍ଡ ଘର ଘର ବୁଲି ବାଣ୍ଟିଛନ୍ତି । ଯେଉଁ ଭଳି ଲୋକଙ୍କ ସମର୍ଥନ ମିଳୁଛି ଆଗାମୀ ଦିନରେ ବିଜେପିକୁ ଭଲ ସଫଳତା ମିଳିବ ବୋଲି ବିଜେପି ପ୍ରାର୍ଥୀ ଅମର ନାୟକ କହିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.