ଶେଷ ଲଢେଇ ପାଇଁ ଜୋରଦାର ପ୍ରଚାର, ବର୍ଷାରେ ଭିଜି ଭୋଟ୍ ମାଗିଲେ ବିଜେପି ବିଧାୟକ ପ୍ରାର୍ଥୀ

Published By : Prameya-News7 Bureau | May 27, 2024 IST

ଭଦ୍ରକ ୨୭/୫: ସରିଯାଇଛି ୩ ପର୍ଯ୍ୟାୟ ଲଢେଇ । ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ । ହାତରେ ଆଉ ମାତ୍ର ୪ଟା ଦିନ । ଲୋକଙ୍କ ଭୋଟ୍‌ ହାତେଇବାକୁ ଏବେ ମଇଦାନରେ ୩ ଦଳର ପ୍ରାର୍ଥୀ । ଖରା ବର୍ଷାକୁ ଖାତିର ନାହିଁ । ଏବେ ବାତ୍ୟା ରେମାଲ ପ୍ରଭାବରେ ଉପକୂଳିଆ ଜିଲ୍ଲା ଭଦ୍ରକରେ ବର୍ଷା ଲାଗି ରହିଛି । ଆଉ ଝିପିଝିପି ବର୍ଷାରେ ପ୍ରଚାର ମଇଦାନରେ ବିଜେପି ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର । କର୍ମୀ ଓ ସମର୍ଥକଙ୍କ ଗହଣରେ ବର୍ଷାରେ ଛତାଧରି ଭିଜିଭିଜି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.