ଭଦ୍ରକ ୨୬/୫: ସରିଗଲା ୩ ପର୍ଯ୍ୟାୟ ଲଢେଇ । ଜୁନ ୧ରେ ପଡିବ ଶେଷ ପର୍ଯ୍ୟାୟ ଭୋଟ୍ । ତା ପୂର୍ବରୁ ଭଦ୍ରକରେ ବିଜେଡି ଆରମ୍ଭ କରିଦେଇଛି ଜୋରଦାର ପ୍ରଚାର । ଧାମନଗର ବିଧାୟକ ପ୍ରାର୍ଥୀ ଡକ୍ଟର ସଂଜୟ ଦାସ ପ୍ରଚାର ଓ ରୋଡ୍ ସୋ’ କରି ଭୋଟରଙ୍କ ପାଖକୁ ଯାଉଛନ୍ତି ।
ଧାମନଗର ନିର୍ବାଚନ ମଣ୍ଡଳୀରେ ରୋଡ୍ ସୋ’ ଆୟୋଜନ କରାଯାଇଛି । ଅଚକ ଠାରେ ସାଧାରଣ ସଭା ପରେ ବୟାଙ୍ଗଡିହି ପଞ୍ଚାୟତରେ ରୋଡ୍ ସୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ସଂଜୟ । ଦଳର ଆଦର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଏଥର ଜିତିବାର ଆଶା ରଖିଛନ୍ତି ସଂଜୟ ।