ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ହୋମ୍ ଭୋଟିଂ, ଘରେ ରହି ଭୋଟ୍ ଦେଲେ ମତଦାତା

Published By : Prameya-News7 Bureau | May 26, 2024 IST

ଯାଜପୁର ୨୬।୫: ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ହୋମ ଭୋଟିଂ ବ୍ୟବସ୍ଥା । ଶାରୀରିକ ଭିନ୍ନକ୍ଷମ ଏବଂ ଶଯ୍ୟାଶାୟୀ ବରିଷ୍ଠ ନାଗରିକ ଯେଉଁମାନେ ମତଦାନ କରିପାରୁନଥିବେ ସେମାନେ ଘରେ ରହି ଭୋଟ୍ ଦେଇଛନ୍ତି ।   ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ୧୧୫୪ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ହୋମ୍ ଭୋଟିଂ ଆବେଦନ କରିଥିବା ମତଦାତା ମାନଙ୍କ ଘରକୁ ନିର୍ବାଚନ ଅଧିକାରୀ ଇଭିଏମ ନେଇ ମତଦାନ କରାଉଛନ୍ତି । ଜିଲ୍ଲାରେ ୪ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଲାଗି  ୩୦ଟି ଟିମ ଗଠନ କରାଯାଇଛି । ଯାଜପୁର ପୌରପାଳିକା ଅନ୍ତର୍ଗତ ସନ୍ଥ ମାଧବ ଗ୍ରାମରେ ଏହି ହୋମ୍ ଭୋଟିଂ ବ୍ୟବସ୍ଥାର ଆରମ୍ଭ ହୋଇଥିବା ମତଦାତାଙ୍କ ଘରେ ପହଞ୍ଚି ଭୋଟିଂ ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଯାଜପୁର ଜିଲ୍ଲାପାଳ । ଆସନ୍ତା ଜୁନ୍ ୧ ଅର୍ଥାତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାବେଳେ ବର୍ଷ ବର୍ଷ ହେବ ନିଜ ମତଦାନରୁ ବଞ୍ଚିତ ହେଉଥିବା ମତଦାତା ଘରେ ରହି ମତଦାନ କରିଥିବାରୁ ଖୁସିଥିବା କହିଛନ୍ତି ।

You Can Read :

ରାତିରେ ବିଜେପିର ପ୍ରଚାର, ବାଇକ୍ ଶୋଭାଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ସାମିଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.