କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ- ମିଛ ପ୍ରଚାର କରୁଛନ୍ତି ବିରୋଧୀ, ଜୁଲାଇରୁ ମାଗଣା ବିଲ୍‌

Published By : Prameya-News7 Bureau | May 27, 2024 IST

କେନ୍ଦ୍ରାପଡ଼ା ୨୭।୦୫ : କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ କହିଛନ୍ତି । 

କେନ୍ଦ୍ରାପଡ଼ା ଜନସଭାରେ ସେ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ପଚାରିଛନ୍ତି ବିଜେଡି ସୁପ୍ରିମୋ । ଜୁଲାଇରୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ । ବିଜେଡି ସରକାର ବିଜୁଳି ମାଗଣା ଦେବ । ବିଗତ ଦିନରେ କେନ୍ଦ୍ରାପଡ଼ା ପାଇଁ ୨ ଥର ଜଣେ ସାଂସଦଙ୍କୁ ପଠାଇଥିଲି । ହେଲେ ସେ ନିଜ ଅଞ୍ଚଳ ପାଇଁ କାମ କରିବାର ତ ଦୂରର କଥା । ସେ ନିଜ କମ୍ପାନୀ ପାଇଁ କାମ କରିଲେ । ଆଉ ସେ ବିଶ୍ୱାସଘାତକ କରିଲେ । ବିରୋଧୀ ଦଳ ମିଛ ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । 

ସେହିପରି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ କହିଛନ୍ତି ଯେ, ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ମୁଁ ଖୁସି । ହେଲେ ଏହି ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯିବ ।  କେନ୍ଦ୍ରାପଡ଼ାରେ ହେବ ସବୁଠୁ ବଡ଼ ଷ୍ଟିଲ୍‌ ପ୍ଲାଣ୍ଟ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହାଦ୍ୱାରା ଅଞ୍ଚଳରେ ରୋଜଗାର ସୃଷ୍ଟି ହେବ । 

 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.