କଂଗ୍ରେସ ଫୋକସ୍‌ରେ ଓଡିଶା : ୨୯ରେ ଖଡ୍‌ଗେ ଓ ୩୦ରେ ରାହୁଲଙ୍କ ଜନସଭା

Published By : Prameya-News7 Bureau | May 26, 2024 IST

ଭୁବନେଶ୍ବର ୨୬।୫: ଆସନ୍ତା ୨୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ । ବାଲେଶ୍ବର ସଦର ଓ ଚାନ୍ଦବାଲି ଆସିବେ ଖଡ଼୍‌ଗେ । ଭଦ୍ରକ ଓ ବାଲେଶ୍ବରରେ ଖଡ଼୍‌ଗେ କରିବେ ଜନସଭା ।  ୨୯ ତାରିଖ ଦିନ ୧୧ଟା ବେଳେ ବାଲେଶ୍ଵରରେ ବୈଠକ ଅନୁଷ୍ଠିତ ହେବ । ପରେ ଅପରାହ୍ନ ୩ଟାରେ ଭଦ୍ରକରେ ଏକ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଯିବେ ଖଡ୍‌ଗେ ।

ସେହିଭଳି ଆସନ୍ତା ୩୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି । ବାଲେଶ୍ବର ଜିଲ୍ଲା ସିମୁଳିଆରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ରହିଛି । ସେଠାରେ ବୈଠକ ସାରି ଦିଲ୍ଲୀ ଫେରିଯିବେ ରାହୁଲ ଗାନ୍ଧୀ । ଏ ନେଇ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।

You Can Read :

୨୮ରେ ୩ଟି ନିର୍ବାଚନୀ ସଭା କରିବେ ଶାହ, ୨୭ରେ ପୁଣି ଆସିବେ ଆସାମ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.