ମୁମ୍ବାଇ ୨୭।୦୫: ସିନେମା ଜଗତକୁ ଏବେ ଶକ୍ତ ଝଟକା ଲାଗିଛି । ସକାଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଶନିବାର ସକାଳେ ଲସ୍ ଆଞ୍ଜଲ୍ସରେ ଜଣାଶୁଣା ଅଭିନେତା ଜନି ୱାକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ରିପୋର୍ଟ ଅନୁଯାୟୀ, ୱାକ୍ଟର ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ । ଅଭିନେତାଙ୍କ ମା ମଧ୍ୟ ତାଙ୍କ ପୁଅର ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।
'General Hospital' Actor Johnny Wactor Shot, Killed During Robbery Attempt https://t.co/nFOlJMnHAg via @TMZ
— Nathan Hochman (@NathanHochmanDA) May 27, 2024
ପ୍ରସିଦ୍ଧ ଅଭିନେତା ଜନି ୱାକ୍ଟର ଚୋରି ଉଦ୍ୟମରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ହତ୍ୟା ବିଷୟରେ ଜନିଙ୍କ ମା’ଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଅଭିନେତାଙ୍କ ମା କହିଛନ୍ତି ଯେ ଶନିବାର ସକାଳ ୩ ଟାରେ ଜନିଙ୍କୁ କିଛି ଚୋର ଆକ୍ରମଣ କରିଥିଲେ। ମେଲିରେ ଜନିଙ୍କୁ ହତ୍ୟା କରିଥିଲେ। ସୂଚନାନୁସାରେ, କୁହାଯାଉଛି ଯେ ଜନି ତାଙ୍କ କାରରେ ଯାଉଥିଲେ ଏବଂ ହଠାତ୍ ତିନିଜଣ ଚୋର ଜନି କାରରୁ କାଟାଲାଇଟିକ୍ କନଭର୍ଟର ଚୋରୀ କରିବାକୁ ଚେଷ୍ଟା କରିଥିଲେ। ଅଭିନେତା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ମାତ୍ରେ ଚୋରମାନେ ଅଭିନେତାଙ୍କ ଉପରେ ଗୁଳି ଚଳାଇଥିଲେ। ଏହା ପରେ ଜନିଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରଙ୍କ ଦଳ ଜନିଙ୍କୁ ମୃତ ଘୋଷଣା କରିଥିଲେ। ଅଭିନେତାଙ୍କ ଦେହାନ୍ତରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି ଏବଂ ସମସ୍ତେ ଦୁଃଖିତ।
କେବଳ ଜନିଙ୍କ ପରିବାର ନୁହେଁ ତାଙ୍କ ବିୟୋଗ ହେତୁ ଇଣ୍ଡଷ୍ଟ୍ରି ମଧ୍ୟ ଏକ ବଡ କ୍ଷତି ସହିଛି। ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ କହିବାକୁ ଗଲେ ଘଟଣା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଜନିଙ୍କ ବ୍ୟତୀତ ତାଙ୍କର ଦୁଇ ସାନ ଭାଇ ଏବଂ ଭଉଣୀ ଅଛନ୍ତି ।