ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ଓ ଏଥି ସମ୍ପୃକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂଜା କମିଟି ଗୁଡିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିଛନ୍ତି । ପାର୍ବଣ ଋତୁରେ ଏହି ପର୍ବ ଗୁଡ଼ିକର ସାମାଜିକ ଓ ସାଂସ୍କୃତିକ ମହତ୍ୱ ଓ ଜନସାଧାରଣଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଅବଧି ଚଳିତ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏଥିସହିତ ପୂଜା କମିଟି ଗୁଡ଼ିକୁ ଶାନ୍ତି ଶୃଙ୍ଖଳା ଓ ପରିବେଶ ଅନୁକୂଳ ଭାବେ ପୂଜା ଆୟୋଜନ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Also Read: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକମାନଙ୍କ ପାଇଁ ବଡ଼ ଘୋଷଣା, SEBCଙ୍କ ପାଇଁ ଗଠନ ହେଲା କମିଶନ