ନୀଳଗିରି ୩୧/୦୧: ପଶୁ-ମଣିଷ ଲଢେଇ । ରିଅଲ ଲାଇଫ୍‌ରେ ଲଢେଇ । ମୃତ୍ୟୁକୁ ଅତି ନିକଟରୁ ମାତ୍ । ସାହସର ସହ ଲଢିଲେ ପ୍ରଭାତ । ଆଉ ଲଢି ଲଢି ଜିତିଛନ୍ତି । ଜିତିଥିବା ପିଲାଟି ହେଉଛନ୍ତି ନବମ ଶ୍ରେଣୀର ଛାତ୍ର । ଭାଲୁ ଆକ୍ରମଣରେ ଗୁରୁତର ପ୍ରଭାତଙ୍କର ଏବେ ହସ୍ପିଟାଲରେ ଚାଲିଛି ଚିକିତ୍ସା । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳ ଗାଁରେ ଏଭଳି ଘଟଣା ଘଟିଛି।

ସୂଚନା ଥାଉକି, ରାତିରେ ଖାଦ୍ୟ ଅନ୍ୱେଷଣରେ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଆସିଥିଲେ ଦୁଇଟି ଭାଲୁ । ତେବେ ରାସ୍ତା ନପାଇ ବାଟବଣା ହୋଇ ଫେରି ପାରିନଥିଲେ ଭାଲୁମାନେ । ଏମିତିକି ଗାଁ ପଶି ଉପଦ୍ରବ ଜାରି ରଖିଥିଲେ । ଗାଁରେ ଆତଙ୍କ ଖେଳାଇବାବେଳେ ଜଣେ ନବମ ଶ୍ରେଣୀ ଛାତ୍ର ପ୍ରଭାତ ପାତ୍ର ପଡିଯାଇଥିଲେ ଭାଲୁ ହାବୁଡ଼ରେ । ଏତେ ନିକଟରୁ ବିରାଟକାୟ ପଶୁକୁ ଦେଖି ଡରିନଥିଲେ ପ୍ରଭାତ । ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସାହସର ସହ ଲଢିଥିଲେ ପ୍ରଭାତ । ଶେଷରେ ଭାଲୁ କବଳରୁ ନିଜକୁ ରକ୍ଷା କରି ନୂଆ ଜୀବନ ପାଇଛନ୍ତି ସେ । ଗୁରୁତର ଭାବେ ନିଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଗତ କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରେ ଜଣେ ଯୁବକ ବି ବାଘ ସହ ଲଢି ବଞ୍ଚାଇଥିଲେ ଜୀବନ । ଏମିତିକି ନିଜେ ବାଘକୁ ମାରିଦେଇଥିଲେ । ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ବାଘ ସହ ଦୀର୍ଘ ସମୟ ଫିଲ୍ମ ଷ୍ଟାଇଲ୍‌ରେ ଲଢି ଜୀବନ ରକ୍ଷା କରିଥିଲେ ।