ନୂଆଦିଲ୍ଲୀ: ଯେକୌଣସି ବ୍ୟକ୍ତି କୌଣସି ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ କଥିତ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଅପରାଧିକ ଅଭିଯୋଗ ସହିତ ମାଜିଷ୍ଟ୍ରେଟ୍ ଙ୍କ ପାଖକୁ ଯାଇ ପାରିବେ ଓ ଏଭଳି ଅଭିଯୋଗ ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଅଥବା ଅନ୍ୟ ଲୋକସେବକଙ୍କ ପୂର୍ବ ସ୍ୱୀକୃତିର କୌଣସି ଆବଶ୍ୟକତା ନାହିଁ। ଏହା କହିଛନ୍ତି ସୁପ୍ରିମକୋର୍ଟ, ବିଚାରପତି ଜଷ୍ଟିସ୍ ଦୀପାଙ୍କର ଦତ୍ତ ଓ ଜଷ୍ଟିସ୍ ଏସ୍.ନାଗୁଙ୍କ ପୀଠ ୧୬ ଅକ୍ଟୋବରରେ ଦେଇଥିବା ରାୟରେ କହିଛନ୍ତି ଯେ ନିର୍ବାଚନ ଲାଗି ବୈଧ ପ୍ରାଧିକରଣ ହୋଇଥିଲେ ମଧ୍ୟ ନିର୍ବାଚନ ଆୟୋଗ ବୈଧାନିକ ପ୍ରାବଧାନର ବ୍ୟାଖ୍ୟା କିପରି କରାଯିବ ନିଜ ପ୍ରେସ୍ ନୋଟ୍ ଅଥବା ଗାଇଡଲାଇନରେ ନିର୍ଦ୍ଧାରିତ କରିପାରିବେନି।

କୋର୍ଟ କହିଛନ୍ତି ଯେ ନିର୍ବାଚିତ ପ୍ରତିନିଧିଙ୍କୁ ହଇରାଣ କରିବାକୁ ଏପରି ଅଭିଯୋଗର ଉପଯୋଗ ସମ୍ଭାବନାକୁ ଏବେକା ବ୍ୟବସ୍ଥାରେ ଉଚିତ ଢଙ୍ଗରେ ମୁକାବିଲା କରାଯାଇ ପାରିବ ଓ କୋର୍ଟ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ଆଇନ ଅନୁସାରେ ମିଥ୍ୟା ଅଭିଯୋଗ ସମାଧାନ ପାଇଁ ମାଜିଷ୍ଟ୍ରେଟ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରିପାରିବେ। ଏଥିରେ କୁହାଯାଇଛି ଯେ ଯଦି କୌଣସି ନିର୍ବାଚିତ ଜନପ୍ରତିନିଧିଙ୍କୁ ହଇରାଣ କରିବା ପାଇଁ କୌଣସି ଅଭିଯୋଗ ରୁଜୁ ହୁଏ ଅଥବା ଏଥିରେ ନିରାଧାର ଅଭିଯୋଗ ଥାଏ ଦେଶର ଆଇନ ସକ୍ଷମ ମାଜିଷ୍ଟ୍ରେଟଙ୍କୁ ପ୍ରତ୍ୟେକ ମାମଲାର ତଥ୍ୟ ଓ ପରିସ୍ଥିତି ଅନୁରୂପ ଉଚିତ ଏବଂ ଉପଯୁକ୍ତ ଆଦେଶ ଗୃହୀତ କରିବା ପାଇଁ ବିଦ୍ଧିବଦ ଭାବେ ସକ୍ଷମ ଓ ସଶକ୍ତ କରେ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ପ୍ରାର୍ଥୀଙ୍କ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ପୃଷ୍ଠଭୂମିର ସୂଚନା ଭୋଟରଙ୍କୁ ବୁଝି ବିଚାରୀ ନିର୍ବାଚନ ନିଷ୍ପତ୍ତି ନେବାକୁ ସହାୟତା କରିବା ଉଦ୍ଦେଶ୍ୟରେ କରାଯାଇଛି। ଧାରା ୧୨୫-ଏ କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୦୨ର ସେହି ନିଷ୍ପତ୍ତି ପରେ ଲାଗୁ କରାଯାଇଥିଲା ଯେଉଁଥିରେ ୟୁନିୟନ ଅଫ ଇଣ୍ଡିଆ ବନାମ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ମାମଲାରେ ଭୋଟରଙ୍କୁ ପ୍ରାର୍ଥୀଙ୍କ ସମ୍ପର୍କରେ ପ୍ରାସଙ୍ଗିକ ସୂଚନା ଉପଲବ୍ଧ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।