ଭୁବନେଶ୍ବର ୨୦।୫: ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଯୁକ୍ତ ୨ ଛାତ୍ରଛାତ୍ରୀ । ରେଜଲ୍ଟ ପ୍ରକାଶ ପାଇବା ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ପାଇବେ । ପରୀକ୍ଷାର୍ଥୀ ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁଯୋଗ ମିଳିବ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ।

୨୦୨୬ରେ ସବୁ ବିଷୟରେ ପଞ୍ଜୀକୃତ ସହ ସବୁଥିରେ ପାସ୍ କରିଥିଲେ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ । ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବ । ରି-ଚେକିଂ ପାଇଁ ମେ’ ୨୭ ସୁଦ୍ଧା ଆବେଦନ କରିହେବ । ଆସନ୍ତାକାଲି ଠାରୁ ମାର୍କସିଟ୍ କପି ଡିଜିଲକରରୁ ପାଇପାରିବେ ଛାତ୍ରଛାତ୍ରୀ ।

Also Read:- Plus Two Result : ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ, ବାଜିମାରିନେଲେ ଛାତ୍ରୀ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଫଳ ପ୍ରକାଶ ପାଇଛି । ଚଳିତବର୍ଷ ବଢିଲା ପାସ୍ ହାର । ଯୁକ୍ତ ଦୁଇ ପରୀକ୍ଷାରେ ପୁଣି ଚମକିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ ରହିଛି । ବାଣିଜ୍ୟରେ ପାସ୍ ହାର ରହିଛି ୮୮.୦୭ ପ୍ରତିଶତ । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୬, ୬୭ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୮୮.୮୨ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୦.୨୪ ପ୍ରତିଶତ ରହିଛି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି । ସାରା ରାଜ୍ୟରେ ସମ୍ବଲପୁରରେ ପାସ୍ ହାର ଅଧିକା ରହିଛି ।

Also Read:- ମା’ ସହ ପରକୀୟା ପ୍ରୀତି ସନ୍ଦେହ, ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇ ଭାଇ

ଚଳିତ ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ୪ ଲକ୍ଷ ୧ ହଜାର ୬୨୩ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ୩ ଲକ୍ଷ ୯୮ ହଜାର ୯୦ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୪ ହଜାର ୧୧୯, ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୮୨୬, ବାଣିଜ୍ୟରେ ୨୪ ହଜାର ୨୮୯ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୫୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ ।