କଟକ ୧୪।୧୨: କଟକରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନ। ଦେଶର ବିଭିନ୍ନ ଅଦାଲତରେ ମାମଲା ବୋଝ ଏବେ ବଡ଼ ଚିନ୍ତାର କାରଣ ପାଲଟିଛି । ଆଇନ ବ୍ୟବସ୍ଥା ପାଇଁ ଏହା ଯେତିକି ଚିନ୍ତାଜନକ ମାମଲାରେ ପକ୍ଷଭୁକ୍ତ ଲୋକ ମାନଙ୍କ ପାଇଁ ମଧ୍ୟ ସେତିକି ଚିନ୍ତାଜନକ ବୋଲି ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମତ ପୋଷଣ କରିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ ଏ ସମ୍ପର୍କରେ ନିଜର ମତ ରଖି କହିଛନ୍ତିରିଟ୍ ପିଟିସନ୍ ସଂଖ୍ୟା ଢିବାରୁ କେଶ୍ ସଂଖ୍ୟା ବଢୁଛି । ତେଣୁ ଅଦାଲତ ଗୁଡିକରେ ମାମଲା ସଂଖ୍ୟା କମାଇବାରେ କାର୍ଯ୍ୟପାଳିକାର ବଡ଼ ଦାୟିତ୍ଵ ରହୁଛି । କାର୍ଯ୍ୟପାଳିକା ପାଖକୁ ଆସୁଥିବା ଅଭିଯୋଗ ଗୁଡ଼ିକର ତ୍ବରିତ ସମାଧାନ ହେଲେସେଗୁଡିକ ଆଉ ଅଦାଲତକୁ ଆସନ୍ତା ନାହିଁ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ ମତ ଦେଇଛନ୍ତି ।

ଏହାସହ ଏହା ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବିଚାରପତିଙ୍କ ସଂଖ୍ୟା ଢିବା ଆବଶ୍ୟକ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି । କିନ୍ତୁ ମାମଲା ବୋଝ କମାଇବା ସହ ପକ୍ଷଭୁକ୍ତ ଲୋକ ମାନେ କମ୍ ଖର୍ଚ୍ଚରେ ନ୍ୟାୟ ପାଇବାର ପ୍ରକୃଷ୍ଠ ବ୍ୟବସ୍ଥା ହେଉଛି ମଧ୍ୟସ୍ଥତା ଜରିଆରେ ମାମଲାର ସମାଧାନ କରିବା । ମଧ୍ୟସ୍ଥତା ଓ ଅଲ୍ଟରନେଟିଭ ଡିସପ୍ୟୁଟ ରିଜୋଲୁସନ ବା ଏଡିଆର ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ।

ହାଇକୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧାରଣ ଲୋକ କିଭଳି ତ୍ୱରିତ ନ୍ୟାୟ ପାଇବେ ତାହା ଉପରେ ଧ୍ୟାନ ଦିଆଯିବା ଜରୁରୀ ବୋଲି କହିଛନ୍ତି । ସାଧାରଣ ଲୋକଙ୍କ ପାଇଁ ମାମଲାର ଖର୍ଚ୍ଚ ବୋଝ ଭଳି ହୋଇଯାଉଛିଯାହା ସାଧାରଣ ଲୋକଙ୍କର ନ୍ୟାୟ ପ୍ରଦାନ ପ୍ରକ୍ରିୟା ଉପରେ ଥିବା ଭରସାରେ ପ୍ରତିବନ୍ଧକ ସାଜୁଛି ।