ଛତ୍ରପୁର: ଯାତ୍ରୀଙ୍କ ଜୀବନ ସହ ଖେଳ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଚାଳକଙ୍କୁ ପଡ଼ିଛି ମହଙ୍ଗା। ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା ହରିହର ନାମକ ଏକ ଘରୋଇ ବସର ଡ୍ରାଇଭରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଛତ୍ରପୁର କଲେଜ ଛକ ନିକଟରେ ପୁଲିସ ଗାଡି ଚେକିଂ ସମୟରେ ବସର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଧରାପଡିଛନ୍ତି । ପୋଲିସ ଗାଡିକୁ ଅଟକାଇ ବ୍ରେଥ ଆନାଲାଇଜର ମାଧ୍ୟମରେ ଗାଡି ଚାଳକକୁ ଯାଞ୍ଚ କରିବା ବେଳେ ଗାଡି ଚାଳକ ପ୍ରଚୁର ମଧ୍ୟପାନ କରିଥିଲେ । ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯାଇଛି।

ସୂଚନା ଅନୁଯାୟୀ, ବସରେ ୩୦ ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ । ଗାଡ଼ିକୁ ୧୦ ହଜାର ୫ଶହ ଟଙ୍କା ଫାଇନ ସମେତ ଚାଳକର ଡିଏଲ ସସପେଣ୍ଡ କରାଯାଇଛି। ଗାଡିକୁ ଜବତ କତି ଛତ୍ରପୁର ଥାନାରେ ଅଟକ ରଖିଛି ପୋଲିସ । ସଡକ ସୁରକ୍ଷା ନିୟମ ଉଲଘଂନ ଏବଂ ଯାତ୍ରୀଙ୍କ ଜୀବନ ସହ ଖେଳ ଖେଳିଥିଲା ଗାଡ଼ି ଚାଳକ । ଜଣେ ଗାଡି ଚାଳକ ଉପରେ ଅନେକ ଯାତ୍ରୀଙ୍କ ଜୀବନ ନିର୍ଭର କରେ । ଏଭଳି ଦାୟିତ୍ୱହୀନତା ପାଇଁ ବେଳେ ବେଳେ ବଡ ଦୁର୍ଘଟଣା ଘଟି ନୀରିହ ଜୀବନନ ଚାଲିଯାଏ । ଜଣେଙ୍କ ଭୁଲ ପାଇଁ ଅନେକ ଜୀବନ ବିପଦ ଆସିଥାଏ ।

Also Read: SIR କାମରେ ଅବହେଳା, ସହକାରୀ ଶିକ୍ଷକ ସସପେଣ୍ଡ

ଯାତ୍ରୀମାନେ ଚାଳକଙ୍କ ଏଭଳି ବେପରୁଆ କାର୍ଯ୍ୟକୁ ନିନ୍ଦା କରିବା ସହ ପୁଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ପୁଲିସ ହେଉ କି ପରିବହନ ବିଭାଗ ହେଉ ଯାତ୍ରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା । ମଦ୍ୟପାନ କରି ଗାଡି ଚଲାଇବା କେବଳ ଅପରାଧ ନୁହେଁ ଏହା ଅନେକ ଜୀବନ ପ୍ରତି ବିପଦ । ଆଗକୁ ଏହି ଚେକିଂ ଜୋରଦାର କରାଯିବ । ଏବେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମାର୍ଚ୍ଚ ୨୧ ରେ ଏପ୍ରିଲ ୧୦ ପ୍ରର୍ଯ୍ୟନ୍ତ କଡାକଡି ଯାଞ୍ଚ ଜାରି ରହିଛି ।