ନୂଆଦିଲ୍ଲୀ, ୦୨/୦୫ : ଶନିବାର ଆଇପିଏଲରେ ହାଇଭୋଲଟେଜ୍ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଉଭୟ ଦଳ ପାଇଁ ବିଜୟ ଗୁରୁତ୍ୱପୂର୍ଣ୍ଣ । ଯଦି ମୁମ୍ବାଇ ହାରେ ତାହାଲେ ଦଳ ପ୍ଲେ-ଅଫ୍ ରେସରୁ ଏକ ପ୍ରକାର ବିଦା ହୋଇଯିବ । ସେପଟେ ଚେନ୍ନାଇ ମ୍ୟାଚ୍ ଜିତି ନିଜ ପଏଣ୍ଟ ସୁଧାରିବାକୁ ଚେଷ୍ଟା କରିବ ।

ଏବେସୁଦ୍ଧା ଚେନ୍ନାଇ ୮ଟି ମୁକାବିଲା ଖେଳି ୩ଟିରେ ବିଜୟ ହୋଇଛି । ଦଳ ୬ ପଏଣ୍ଟ ପାଇ ୭ ନମ୍ବରରେ ରହିଛି । ଅନ୍ୟ ଦିଗରେ ମୁମ୍ବାଇ ୮ଟି ମ୍ୟାଚରୁ ୨ଟି ଜିତିଥିବା ବେଳେ ୬ଟି ହାରିଛି । ଦଳର ପାଖରେ ୪ ପଏଣ୍ଟ ରହିଛି । ଉଭୟ ଦଳ ନିଜ ନିଜର ଶେଷ ମୁକାବିଲା ହାରିଛନ୍ତି ।

ଖେଳିବେନି ରୋହିତ-ଧୋନୀ

ଏବେସୁଦ୍ଧା ଚେନ୍ନାଇ ପକ୍ଷରୁ ଧୋନୀ ମଇଦାନକୁ ଓହ୍ଲାଇ ନାହାଁନ୍ତି । ଆହତ ଜନିତ କାରଣରୁ ସେ ମ୍ୟାଚରୁ ବାହାରେ ରହୁଛନ୍ତି । ଶନିବାର ମଧ୍ୟ ମୁମ୍ବାଇ ବିପକ୍ଷ ମୁକାବିଲା ସେ ଖେଳିବା ସମ୍ଭାବନା କମ୍ ରହିଛି । ସେହିପରି ରୋହିତ ମଧ୍ୟ ଆହତ ହୋଇଛନ୍ତି । ଆରମ୍ଭରୁ କିଛି ମ୍ୟାଚ୍ ଖେଳିବା ପରେ ସେ ଆହତ ହୋଇଥିଲେ । ଗତ ତିନିରୁ ଚାରୋଟି ମୁକାବିଲାରେ ତାଙ୍କୁ କେବଳ ଡଗଆଉଟ୍ ରେ ଦେଖିବାକୁ ମିଳୁଛି । ଧୋନୀଙ୍କ ଜାଗାରେ ସରଫରାଜ୍ ଖାନ୍ ଚେନ୍ନାଇ ଦଳରେ ଖେଳୁଛନ୍ତି ।

Also Read :- ବୈଭବଙ୍କୁ ଆଉଟ୍ କରି ଆଗ୍ରେସିଭ୍ ସେଲିବ୍ରେସନ୍ ! ଜେମିସନଙ୍କ ଆଚରଣକୁ ଏମିତି କହିଲେ ନେଟିଜେନ୍ସ

ମୁମ୍ବାଇର ସମ୍ଭାବ୍ୟ ପ୍ଲେଇଂ ଏକାଦଶ-

ରିୟାନ ରିକେଲଟନ୍, ଓ୍ୱିଲ୍ ଜ୍ୟାକସ୍, ସୂର୍ଯ୍ୟକୁମାର ଯାଦବ, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମା, ରବିନ ମିଞ୍ଜ୍, ସାର୍ଦୁଲ ଠାକୁର, ଟ୍ରେଣ୍ଟ୍ ବୋଲ୍ଟ, ଜସପ୍ରିତ ବୁମରା, ଏଏମ୍ ଘଜନଫର, ଅଶ୍ୱିନ୍ କୁମାର

ଚେନ୍ନାଇର ସମ୍ଭାବ୍ୟ ପ୍ଲେଇଂ ଏକାଦଶ-

ସଞ୍ଜୁ ସାମସନ, ଋତୁରାଜ ଗାଏକଓ୍ୱାଡ, ସର୍ଫରାଜ ଖାନ, ଡି ବ୍ରେଭିସ୍, ଶିବମ ଦୁବେ, କାର୍ତ୍ତିକ ଶର୍ମା, ଜେମି ଓଭରଟନ୍, ଆକିଲ୍ ହୋସେନ, ଅନସୁଲ କମ୍ବୋଜ, ମୁକେଶ ଚୌଧରୀ, ନୁର୍ ଅହମ୍ମଦ