ନୂଆଦିଲ୍ଲୀ ୨୩।୦୭; ଖରାବେଳେ ପ୍ରାୟ ସମସ୍ତେ ସନଗ୍ଲାସ୍ ପିନ୍ଧନ୍ତି। ଯାହାକୁ ପିନ୍ଧିଲେ ଯେକେହିବି ଷ୍ଟାଇଲିସ୍ ଏବଂ ଡ୍ୟାସିଂ ଦେଖାଯିବ। ଏଥିପାଇଁ ମାର୍କେଟରେ ବି ଖୁବ୍ ସୁଲଭ ମୂଲ୍ୟରେ ଏହା ମିଳିଯାଉଛି। ୧୦୦ରୁ ୧୫୦ ଟଙ୍କାରେ ପୁରା ଝକାସ ଚଷମା ମିଳୁଛି। ତେବେ ଆପଣ କେବେ ଭାବିଛନ୍ତି କି ? ଶସ୍ତାରେ ମିଳୁଥିବା ଏହି ସନଗ୍ଲାସ୍ ଆପଣଙ୍କୁ କେତେ ସୁରକ୍ଷା ଦିଏ ? କ'ଣ ସତରେ ଆଖିକୁ ୟୁଭି ସୁରକ୍ଷା ଦେଉଛି ୧୦୦ ଟଙ୍କିଆ ଚଷମା ?

ଶସ୍ତା ସନଗ୍ଲାସକୁ ନେଇ ବିଶେଷଜ୍ଞମାନେ ବଡ ଖୁଲାସା କରିଛନ୍ତି। ଏହି ସନଗ୍ଲାସ୍ ସୁରକ୍ଷା ଦେବା ବଦଳରେ ଓଲଟା ଆଖି ଉପରେ କୁପ୍ରଭାବ ପକାଉଛି। ଏହି ରଙ୍ଗ ବେରଙ୍ଗ ଚଷମାର କାଚକୁ କେବଳ ଡାର୍କ ରଙ୍ଗ ଦେଇ ତିଆରି କରାଯାଉଛି। ଏଥିରେ ଆଖିକୁ ସୁରକ୍ଷା ଦେବା ଭଳି କୌଣସି ସୁରକ୍ଷା ଫିଚର ନାହିଁ। ତେଣୁ ମାର୍କେଟ୍ ରେ ଅତି ସୁଲଭ ମୂଲ୍ୟରେ ୧୦୦ରୁ ୧୫୦ ଟଙ୍କାରେ ମିଳିଯାଉଛି। ଯେମିତି କପଡ଼ାରେ ରଙ୍ଗ ଦିଆଯାଏ, ସେହିପରି ଏହି ଚଷମାରେ ଡାଇ ଦିଆଯାଏ। ଏହାକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ସନଗ୍ଲାସ୍ ର ଭାଇବ୍ ମିଳିବ କିନ୍ତୁ ସୁରକ୍ଷା ମିଳିବନି। ଏହା ଖରାରେ କେବଳ ସନଲାଇଟ୍ ର ରଙ୍ଗ ବଦଳାଇପାରିବ କିନ୍ତୁ ଜିରୋ ପ୍ରୋଟେକ୍ସନ ଦେବ। ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀକୁ ଏହା ରୋକି ପାରିବନି। ଏହି ଚଷମା ପିନ୍ଧି ସୂର୍ଯ୍ୟଙ୍କୁ ସିଧାସଳଖ ଦେଖିଲେ ଆଖିର ରେଟିନା ଖରାପ ହୋଇଯିବ।

ଯଦି ଶସ୍ତା ଲୋଭରେ ପଡି ଏମିତି ସନଗ୍ଲାସ୍ କିଣୁଥାନ୍ତି, ତାହେଲେ ସାବଧାନ୍। ଶଦୀର୍ଘ ସମୟ ଯାଏଁ ଏହି ଚଷମା ପିନ୍ଧିଲେ ଆଖି ଉପରେ ଚାପ ପଡିବ, ମୁଣ୍ଡ ବିନ୍ଧା ହେବ ଏବଂ ଧୂମିଳ ଦେଖାଯିବ। ଆଖିରେ ଟିସ୍ୟୁ ଗ୍ରୋଥ୍ ହେବାର ମଧ୍ୟ ସମ୍ଭାବନା ରହିଛି। ମୋତିଆବିନ୍ଦୁ ସମସ୍ୟା ବି ବଢିପାରେ। ତେଣୁ ଏଭଳି ଚଷମା ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ। ଭଲ ଅପ୍ଟିକାଲ ଦୋକାନରୁ ସଠିକ୍ ସନଗ୍ଲାସ୍ କିଣନ୍ତୁ। ଏହା ଆପଣଙ୍କୁ ୟୁଭି ପ୍ରୋଟେକ୍ସନ୍ ଦେବ।