ପୁରୀ ୨୫।୦୪ : ଚଳିତ ବର୍ଷ ଭଲ ଫାସୀ କାଠ ଆସି ଆସିଥିଲା। ତୁମ୍ବ ପାଇଁ ବରାଦ ୨୨ ଗଡ଼ରୁ ୧୫ ଗଡ଼ ବଡ଼ଦାଣ୍ଡରେ ପହ ପହଞ୍ଚିଥିଲା। ସେଥିରୁ ୧୪ଟି ୪ଟି ଫାସୀ ଗଡ଼ରୁ ୪୨ ତୁମ୍ବ ପ୍ରସ୍ତୁତ ହୋଇଗଲା। ବଳକା ଗୋଟିଏ କାଠ ଗଡ଼ ରଥ ଖଳାରେ ରହିଛି। କରତି ସେବକମାନେ ୪୨ ତୁମ୍ବ କାଟି ତିନି ରଥ ଖଳାକୁ ରହିଛନ୍ତି ବିଶ୍ୱକର୍ମା। ୭ ଦିନରେ ତୁମ୍ବରେ ବିନ୍ଧ ଅନୁକୂଳ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ରଥ ଅମିନ ଲକ୍ଷ୍ମଣ ମହାପାତ୍ର।

ମୁଖ୍ୟ ବିଶ୍ୱକର୍ମା ଭାଇପୁଅଙ୍କୁ ମାହାର୍ଦ୍ଦ ଦେଇ ଡାକିଲା ପରେ ସେମାନେ ରଥ ନିର୍ମାଣରେ ଲାଗିଛନ୍ତି। ଭାଇପୁଅମାନେ ହେଉଛନ୍ତି ମୁଖ୍ୟ ବିଶ୍ୱକର୍ମାଙ୍କ ସହଯୋଗୀ। ବାରିସୀ ଚଳାଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ରଥ କାର୍ଯ୍ୟ ପାଇଁ ସେମାନେ ମନୋନୀତ ହୋଇଥାନ୍ତି। ବର୍ତ୍ତମାନ ରଥ ଖଳାରେ ପ୍ରଥମ ପର୍ଯ୍ୟାୟ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି। ରଥରେ ରହିଛି ନାହାକା, ପଡ଼ି ନାହାକା, ବଡ଼ ଉଛୁଳା ଓ ସାନ ଉଛୁଳା ଚକ। ଏସବୁ ପାଇଁ ତୁମ୍ବ କଟା କାର୍ଯ୍ୟ ଶେଷ । ନାହାକା ଚକ ରଥ ମଝିରେ ରହିବ। ନାହାକା ଚକ ଉପରେ ରଥ ଅଧୁକ ଭାରା ରହିବ। ରଥତ୍ରୟର ୪୨ ଚକ ମଧ୍ୟରୁ ୨୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି।

Also Read:-ଖରାରେ ସିଝୁଛି ସାରା ଓଡ଼ିଶା, ଆଗାମୀ ଦୁଇ ଦିନ ତାତିରୁ ମିଳିବନି ନିସ୍ତାର

ତେବେ ତୁମ୍ବ ଗୋଲେଇ ସରିଲେ ସୂତା ବାଡ଼ିଆ ହୋଇ ବିନ୍ଧ ଅନୁକୂଳ ହେବ। ଆଗକୁ କରତକଳରୁ ଚିରଟ ହୋଇ ଅର ଓ ପହି କାଠ ରଥଖଳାରେ ପହଞ୍ଚିବ। ଚକ ପ୍ରସ୍ତୁତିକୁ ଚାହିଁ ଅର କଣ୍ଟା ତିଆରି ଚାଲିଛି ଦୋଳବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ। ତିନି ରଥର ଓଝା ସେବକମାନେ ଲୁହା ଛଡ଼ କାଟି ଅର କଣ୍ଟା ନିର୍ମାଣ ଜାରି ରଖୁଛନ୍ତି। ଗୋଟିଏ ଚକରେ ୩୨ଟି ଅର କଣ୍ଟା ଲାଗିବ କୁହନ୍ତି କମାର ସେବକ। ୬/୭ ଇଞ୍ଚର ଅର କଣ୍ଟାର ମୁଣ୍ଡ ବୁଲି ଛତି ଭଳି ଆୟତାକାରେ ମୋଡ଼ା ଓ ନିମ୍ନ ଅଂଶ କ୍ରମଶଃ ସରୁ ଓ ମୁନିଆଁ। ଶୁକ୍ରବାର ବିଶ୍ୱକର୍ମା ୩୭ ଜଣ, ଭୋଇ ସେବକ ୧୯, କରତି ସେବକ ୪, କମାର ସେବକ ୬ ଓ ରଥଖଳା ସହାୟକ ଜଣଙ୍କୁ ମିଶାଇ ମୋଟ ୬୭ ଜଣ ରଥ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧୁକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।