ପୁରୀ ୧୭।୦୬ : ରଥଖଳାରେ ବିବାଦ ପ୍ରସଙ୍ଗ। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ। ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଅଧଘଣ୍ଟାଏ ଧରି ବୈଠକ ପରେ ଆଲୋଚନା ସଫଳ।

ବୈଠକ ପରେ ରଥ ମୁଖ୍ୟ ବିଶ୍ଵକର୍ମା କହିଛନ୍ତି ଯେ, ରଥକାଠ ଖେଇ ଆକାରରେ ନେବାକୁ ଅନୁମତି ଦେଲା ଶ୍ରୀମନ୍ଦିର ପ୍ରଶାସନ। ରଥ ତତ୍ତ୍ଵାବଧାରଙ୍କୁ ଦାୟିତ୍ବରୁ ନହଟାଇଲେ ରଥଯାତ୍ରାରେ ଗଡିବନି ରଥ। କଡ଼ା ଚେତାବନୀ ଦେଇଛନ୍ତି ତିନି ରଥର ମୁଖ୍ୟ ବିଶ୍ଵକର୍ମା। ସେପଟେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ। ମୁଖ୍ୟ ବିଶ୍ଵକର୍ମାଙ୍କ ସହ ଆଲୋଚନା ସଫଳ ହୋଇଛି। ଏନେଇ ମୁଖ୍ୟ ପ୍ରଶାସକଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସୂଚନା ଦେଇଛନ୍ତି।

Also Read:-ଭୁବନେଶ୍ୱରରେ ବର୍ଷାର ବାଟ ଓଗାଳୁଛି ଅଦୃଶ୍ୟ ପାଚେରି ! ସତର୍କ କରାଇଲେ ପାଣିପାଗ ବିଜ୍ଞାନୀ

ସୂଚନାଯୋଗ୍ୟ ଯେ, ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ବିବାଦ ଉପୁଜିଥିଲା । ଚିରଟ କାଠ , ଖେ଼ଇକୁ ନେଇ ବିବାଦ ଦେଖାଦେଇଥିଲା । ପ୍ରତ୍ୟେକ ଦିନ ସକାଳ ୮ ଟା ରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ। ବିବାଦ ଲାଗି ୫୮ ଦିନରେ କାର୍ଯ୍ୟ  ଆରମ୍ଭ ହୋଇପାରିନଥିଲା । ଶେଷରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ବସିଥିଲା ବୈଠକ । ଏହି ବୈଠକ ପରେ ରଥ କାମ ଆରମ୍ଭ ହୋଇଛି ।