ଉଦଳା ୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ ଗିରଫ ହେବା ପରେ ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ ଦେଲେ ସାଙ୍ଘାତିକ ବୟାନ । କେବଳ ଭୀମସେନ ନୁହେଁ ତାଙ୍କ ଜୀବନରେ ଥିବା ଅନ୍ୟ ଯୁବତୀ ମଧ୍ୟ ଭଉଣୀ ହତ୍ୟାରେ ସମ୍ପୃକ୍ତ । ସେମାନେ ଉଭୟ ସାଙ୍ଗ ନ ଥିଲେ ବରଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯାହାର ଠୋସ୍ ପ୍ରମାଣ ଦେଇଛନ୍ତି ଚନ୍ଦ୍ରିକାଙ୍କ ମାମୁଁ ଝିଅ ।

ସାନ୍ତାଳୀ ସମ୍ପ୍ରଦାୟରେ ହୋଲି ପୂର୍ବରୁ ହେଉଥିବା ବାହାବଙ୍ଗା ପର୍ବରେ ଭୀମସେନ ଅନ୍ୟ ଯୁବତୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଏପରିକି ସେଠାରେ ସେ ଉକ୍ତ ଯୁବତୀଙ୍କୁ ସାନ୍ତାଳୀ ଶାଢ଼ୀ ପିନ୍ଧାଇ ପର୍ବରେ ସାମିଲ କରାଇଥିଲେ । ସାଙ୍ଗ ହୋଇ ଉଭୟ ନାଚିଥିଲେ । ଯାହାର ଫଟୋ ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭୀମସେନ ପୋଷ୍ଟ କରିଥିଲେ । ହେଲେ ଚନ୍ଦ୍ରିକା ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଫଟୋ ସବୁ ଡିଲିଟ୍ କରି ଦିଆଯାଇଛି । ଉକ୍ତ ପର୍ବରେ ଚନ୍ଦ୍ରିକାଙ୍କ ଅନୁପସ୍ଥିତିରେ ଉକ୍ତ ଯୁବତୀଙ୍କ ସହିତ ଭୀମସେନ ବୁଲିବା ଏବଂ ଜଣେ ଓଡ଼ିଆ ଝିଅକୁ ଆଦିବାସୀ ସମ୍ପ୍ରଦାୟର ସାନ୍ତାଳୀ ଶାଢ଼ୀ ପିନ୍ଧାଇ ନେବା ହିଁ ଉଭୟଙ୍କ ସମ୍ପର୍କ ଭିତର କଥା ସାମ୍ନାକୁ ଆଣୁଛି । ଏପରିକି ସେସବୁ ନିଜେ ଦେଖିଥିବା ଏବଂ ଏ ବାବଦରେ ତାଙ୍କ ଭଉଣୀଙ୍କୁ ଅବଗତ କରାଇଥିବା କହିଛନ୍ତି ମାମୁଁ ଝିଅ ଭଉଣୀ ।

Also Read:- ୮ ହଜାର ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ, ମାମଲାର ଫାଇନାଲ ରିପୋର୍ଟ ଦେବାକୁ ନେଉଥିଲେ ଲାଞ୍ଚ

ତେଣୁ ଭୀମସେନ ଏବଂ ଅନ୍ୟ ଯୁବତୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିବା ବେଳେ ଭୀମସେନଙ୍କ ସହିତ ଅନ୍ୟ ଯୁବତୀ ମଧ୍ୟ ସମାନ ଦାୟୀ । ତେଣୁ ତାଙ୍କୁ ବାଦ୍ ଦିଆନଯିବା ଏବଂ ଅଧିକ ଖୋଳତାଡ଼ ହେଲେ ଯୁବତୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ଭଉଣୀ ।

Watch Video: