କୋଣାର୍କ ୧୮।୪: ଚନ୍ଦ୍ରଭାଗା ସମୁଦ୍ର କୂଳରେ ବିରଳ ଦୃଶ୍ୟ । ପ୍ରାୟ ଏକ ଶହ ଦଶନ୍ଧି ବର୍ଷ ପରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାୟ ଏକ ଶହ ମିଟର ପଛକୁ ଘୁଞ୍ଚିଯାଇଛି ସମୁଦ୍ର । କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସତେ ଯେପରି ଚନ୍ଦ୍ରଭାଗା ନଦୀ ପୁର୍ନବାର ଜନ୍ମ ନେଉଛି । ଗୋଟିଏ ପଟେ ସମୁଦ୍ର ପ୍ରାୟ ଏକ ଶହ ମିଟର ଦୂରକୁ ଯାଇଥିବା ବେଳେ ମଝିରେ ବଡ଼ ବାଲିବନ୍ତ ଦେଖାଦେଇଛି ।

କେବଳ ସେତିକି ନୁହେଁ ବାଲିବନ୍ତ ତଳକୁ ଏକ ନଦୀର ଧାର ପରି ପାଣି ଜମିଛି । ଲୋକେ କହୁଛନ୍ତି ନୂଆ ଜନ୍ମ ନେବ କି ଚନ୍ଦ୍ରଭାଗା ନଦୀ ? ଯେଉଁ ନଦୀ ଦିନେ ସମୂଦ୍ରରେ ଲୁଚିଯାଇଥିଲା । ସେହି ନଦୀ ନୂଆ ଜନ୍ମ ନେଇ ଖୁସି ଅନୁଭବ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

Also Read:- Iskcon Rath Yatra: ମହାପ୍ରଭୁଙ୍କ ପରମ୍ପରାକୁ ଇସ୍କନର ଅବମାନନା, ଅଦିନିଆ ରଥଯାତ୍ରା ନେଇ ବିଜ୍ଞପ୍ତି ପ୍ରକାଶ

ଏପଟେ ପରିବେଶ ପ୍ରଦୂଷଣ ଯୋଗୁ ଏଭଳି ହୋଇଥାଏ ବୋଲି ପର୍ଯ୍ୟଟକ ମାନେ କହୁଛନ୍ତି । ଏଭଳି ଘଟଣା ଘଟିଲେ ସୁନାମି ହୁଏ ବୋଲି ଅନୁମାନ କରାଯିବା ସହିତ ଗ୍ଲୋବାଲ ୱାର୍ମିଂ ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳେ ବୋଲି ଅନେକ ମତ ଦେଇଛନ୍ତି ।

Watch Video: