ଚଣ୍ଡିଖୋଲ ୦୬।୦୮ : ବିରୂପା, ବ୍ରାହ୍ମଣୀ ଓ କେଲୁଅ ନଦୀରେ ଆସିଛି ବନ୍ୟା । ଯାହାର ପ୍ରଭାବରେ ଯାଜପୁର ବଡ଼ଚଣା ବ୍ଲକ କଳାଶ୍ରୀ ଗୋପାଳପୁରରେ ଅନେକ କ୍ଷତି ହୋଇଛି । ବିଶେଷ କରି କଳାଶ୍ରୀ ଗାଁରେ ଶହେରୁ ଅଧିକ ବସବାସ କରୁଥିବା ଲୋକ ପ୍ରଭାବିତ ହୋଇଛନ୍ତି । ଏହି ଲୋକମାନେ ବିଶେଷ କରି ଚାଷ ଉପରେ ନିର୍ଭର କରନ୍ତି । ଏହି ବନ୍ୟା ପାଣି ଲାଗି ବିଲରେ ଧାନ ନଷ୍ଟ ହୋଇଥିବା ବେଳେ କିଛି ଲୋକଙ୍କର ଗୁହାଳ ଭାଙ୍ଗିଯାଇଛି । ପଟ୍ଟାମୁଣ୍ଡାଇ କେନାଲରେ ପାଲ ଘୋରାଇ ଗାଈଗୋରୁଙ୍କୁ ବାନ୍ଧିଛନ୍ତି ।ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ । ଏହି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

Watch Video:-