ବୃହସ୍ପତି ଜୁନ୍ ୨, ୨୦୨୬ ପର୍ଯ୍ୟନ୍ତ ଷଷ୍ଠ ଭାବରେ ରହିବେ, ତା'ପରେ ସପ୍ତମ ଭାବକୁ ପ୍ରବେଶ କରିବେ। ଶନି ସମ୍ପୂର୍ଣ୍ଣ ବର୍ଷ ତୃତୀୟ ଭାବରେ ଅବସ୍ଥାନ କରିବେ। ରାହୁ ଡିସେମ୍ବର ୫, ୨୦୨୬ ପର୍ଯ୍ୟନ୍ତ ଦ୍ୱିତୀୟ ଭାବରେ ଏବଂ କେତୁ ଡିସେମ୍ବର ୫, ୨୦୨୬ ପର୍ଯ୍ୟନ୍ତ ଅଷ୍ଟମ ଭାବରେ ଅବସ୍ଥାନ କରିବେ।

ଶିକ୍ଷା - ବର୍ଷର ପ୍ରଥମାର୍ଦ୍ଧରେ ଷଷ୍ଠ ଗୁରୁ କାରଣରୁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା ଅଛି। ତୃତୀୟ ଶନିଙ୍କ ସ୍ଥିତି କଠୋର ପରିଶ୍ରମ କରିବାରେ ସାହସ ଏବଂ ସମର୍ପଣ ଆଣିବ। ଜୁନ୍ ୨ ପରେ ସପ୍ତମ ଗୁରୁଙ୍କ ଦୃଷ୍ଟି ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବ। ତେବେ ଅଷ୍ଟମ କେତୁଙ୍କ ପ୍ରଭାବ ହେତୁ ଗବେଷଣା ବା ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ।

ସ୍ୱାସ୍ଥ୍ୟ - ବର୍ଷର ପ୍ରଥମାର୍ଦ୍ଧରେ ଷଷ୍ଠ ଗୁରୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିବେ। କିନ୍ତୁ ଅଷ୍ଟମ କେତୁଙ୍କର ସ୍ଥିତି ହେତୁ ଅଚାନକ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପୁରୁଣା ରୋଗ ପୁନର୍ବାର ଦେଖାଦେଇପାରେ। ଦ୍ୱିତୀୟ ରାହୁ ବାଣୀ ଏବଂ ଖାଦ୍ୟପେୟ ସମ୍ବନ୍ଧରେ ଅସାବଧାନତା ସୃଷ୍ଟି କରିପାରନ୍ତି। ତେଣୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଜରୁରୀ।

ଚାକିରି - ତୃତୀୟ ଭାବରେ ଶନିଙ୍କର ଅବସ୍ଥାନ କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ, ସାହସ ଏବଂ ସଫଳତା ଆଣିବ। ବର୍ଷଟି ଚାକିରିରେ ସ୍ଥାୟୀତ୍ୱ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଷଷ୍ଠ ଗୁରୁ ବାଧାବିଘ୍ନକୁ ଦୂର କରିବେ। ଜୁନ୍ ୨ ପରେ ସପ୍ତମ ଗୁରୁଙ୍କର ସ୍ଥିତି କର୍ମରେ ସହଯୋଗୀମାନଙ୍କର ସମର୍ଥନ ଆଣିବ।

ବ୍ୟବସାୟ - ତୃତୀୟ ଶନିଙ୍କ ପ୍ରଭାବ ବ୍ୟବସାୟରେ କଠୋର ପରିଶ୍ରମ ଏବଂ ସଫଳତା ଆଣିବ। ଜୁନ୍ ୨ ପରେ ସପ୍ତମ ଗୁରୁଙ୍କର ପ୍ରବେଶ ଅଂଶୀଦାରୀ ବ୍ୟବସାୟ ପାଇଁ ଶୁଭ ଅଟେ। ଦ୍ୱିତୀୟ ରାହୁ କାରଣରୁ ବାଣୀରେ କିଛିଟା କଟୁତା ଆସିପାରେ, ଯାହା ବ୍ୟବସାୟିକ ସମ୍ପର୍କକୁ ପ୍ରଭାବିତ କରିପାରେ। ତେଣୁ କଥାବାର୍ତ୍ତାରେ ସଂଯମତା ରଖନ୍ତୁ।

ବିବାହ - ଜୁନ୍ ୨ ପରେ ବୃହସ୍ପତିଙ୍କର ସପ୍ତମ ଭାବକୁ ଗୋଚର ବିବାହ ପାଇଁ ଅତ୍ୟନ୍ତ ଶୁଭ ଯୋଗ ଆଣିବ। ବିବାହ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କର ଇଚ୍ଛା ପୂରଣ ହେବ। ତୃତୀୟ ଶନିଙ୍କ ପ୍ରଭାବ ହେତୁ ବିବାହରେ ସ୍ଥାୟୀତ୍ୱ ଆସିବ।

ଦାମ୍ପତ୍ୟ ଜୀବନ - ବର୍ଷର ପ୍ରଥମାର୍ଦ୍ଧରେ ଷଷ୍ଠ ଗୁରୁଙ୍କ ପ୍ରଭାବ ଯୋଗୁଁ ଦାମ୍ପତ୍ୟ ଜୀବନରେ ସାମାନ୍ୟ ଚାପ ଦେଖାଦେଇପାରେ। ଜୁନ୍ ୨ ପରେ ସପ୍ତମ ଗୁରୁଙ୍କର ସ୍ଥିତି ଦାମ୍ପତ୍ୟ ଜୀବନରେ ଶାନ୍ତି, ସମ୍ମାନ ଏବଂ ସ୍ନେହ ବୃଦ୍ଧି କରିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବିଦେଶ ଯୋଗ - ତୃତୀୟ ଶନିଙ୍କର ସ୍ଥିତି ହେତୁ କର୍ମ କ୍ଷେତ୍ରରେ ଅଳ୍ପ ଦୂର ଯାତ୍ରା ବଢ଼ିବ। ଅଷ୍ଟମ କେତୁ ଗବେଷଣା କିମ୍ବା ଗୁପ୍ତ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା ଆଣିପାରନ୍ତି। ବଡ଼ ଯାତ୍ରା ଅପେକ୍ଷା ଛୋଟ ଯାତ୍ରାଗୁଡ଼ିକ ଅଧିକ ଲାଭଦାୟକ ହେବ।

ରୋଜଗାର - ଦ୍ୱିତୀୟ ଭାବରେ ରାହୁଙ୍କର ସ୍ଥିତି ହେତୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ଅଛି, କିନ୍ତୁ ଆୟ ଅନିୟମିତ ରହିବ। ତୃତୀୟ ଶନି ଆୟରେ ସ୍ଥାୟୀତ୍ୱ ଆଣିବେ। ଜୁନ୍ ୨ ପରେ ସପ୍ତମ ଗୁରୁଙ୍କ ପ୍ରଭାବ ହେତୁ ସହଯୋଗୀମାନଙ୍କ ମାଧ୍ୟମରେ ଆର୍ଥିକ ଲାଭ ହେବ। ଦ୍ୱିତୀୟ ରାହୁ ଖର୍ଚ୍ଚ ଏବଂ ସଞ୍ଚୟ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଆହ୍ୱାନ ଦେବେ।

ଅନ୍ୟାନ୍ୟ କ୍ଷେତ୍ର - ତୃତୀୟ ଶନିଙ୍କ କାରଣରୁ ସାହସ, ଶକ୍ତି ଏବଂ ପରାକ୍ରମ ବଢ଼ିବ। ଦ୍ୱିତୀୟ ରାହୁ କାରଣରୁ ବାଣୀରେ କିଛିଟା ଅହଂକାର ଦେଖାଦେଇପାରେ। ଅଷ୍ଟମ କେତୁଙ୍କର ସ୍ଥିତି ଆଧ୍ୟାତ୍ମିକତା ଏବଂ ଗୁପ୍ତ ବିଦ୍ୟା ପ୍ରତି ଆକର୍ଷଣ ବଢ଼ାଇବ। ସାନ ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ।

ଶୁଭ ଫଳ ପ୍ରାପ୍ତି ପାଇଁ ପ୍ରତିକାର - ମକର ରାଶିର ଜାତକମାନଙ୍କୁ ତୃତୀୟ ଶନିଙ୍କ ଶୁଭତ୍ୱ ବଢ଼ାଇବା ପାଇଁ ପ୍ରତି ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ୍। ଦ୍ୱିତୀୟ ରାହୁଙ୍କ ଅଶୁଭତ୍ୱ କମାଇବା ପାଇଁ ବାଣୀରେ ସଂଯମତା ରଖନ୍ତୁ ଏବଂ ମା ସରସ୍ୱତୀଙ୍କର ପୂଜା କରନ୍ତୁ। ଜୁନ୍ ୨ ପରେ ଶୁଭ ଫଳ ପାଇଁ ଗୁରୁବାର ଦିନ ଗୁରୁଜନମାନଙ୍କର ସେବା କରନ୍ତୁ। ଅଷ୍ଟମ କେତୁଙ୍କ ପାଇଁ ଶିବଙ୍କର ଆରାଧନା ଶୁଭଙ୍କର ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682