ନୂଆଦିଲ୍ଲୀ: ଭାରତକୁ ଦୁନିଆର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଏବଂ ହାଇ-ଟେକ୍ ମେନ୍ୟୁଫାକ୍ଚରିଂ ପାୱରହାଉସ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ (ISM ୨.୦)କୁ ମଞ୍ଜୁରି ଦେଇଛନ୍ତି । ସରକାର ଦେଶ ଭିତରେ ଚିପ୍ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସପୂର୍ଣ୍ଣ ରୂପେ ବିକଶିତ କରିବା ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି । ଏହି ନୂଆ ଫେଜ୍ ଭାରତକୁ ସେମକଣ୍ଡକ୍ଟର ମିଶନ (ISM 1.0) ସଫଳାତାକୁ ଆଗକୁ ନେଇ ଦେଶକୁ ବୈଶ୍ୱିକ ସ୍ତରରେ ଏକ ଆତ୍ମନିର୍ଭର ଓ ମଜଭୁତ ଚିପ୍ ହବରେ ପରିଣତ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଭାରତ ସେମିକଣ୍ଡକ୍ଟର ମିଶନ୍ (ISM) ୨.୦କୁ ମଞ୍ଜୁରି ଦେଇଛି । ଏଥିପାଇଁ ୧.୨୭ ଲକ୍ଷ କୋଟି ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ ଯୋଜନା (MPMS) ପାଇଁ ୬୨,୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ପଦକ୍ଷେପ ଦେଶରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ୍ ଗଠନ କରିବାରେ ସାହାଯ୍ୟ କରିବ ଏବଂ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଭାରତର ସ୍ଥିତିକୁ ମଜବୁତ କରିବ । କ୍ୟାବିନେଟ୍ ଏବଂ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି (CCEA)ର ବୈଠକ ପରେ ଏହି ନିଷ୍ପତ୍ତିଗୁଡ଼ିକର ଘୋଷଣା କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁମୋଦିତ ସାତଟି ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ସେମିକଣ୍ଡକ୍ଟର ପ୍ୟାକେଜ୍ ଅନ୍ତର୍ଭୁକ୍ତ ।

କ୍ୟାବିନେଟ୍ ବୈଠକେରେ ସାତଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି, ସାତଟି ପ୍ରମୁଖ ନିଷ୍ପତ୍ତି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି । ପ୍ରଥମ ଦୁଇଟି ନିଷ୍ପତ୍ତି ବାରାଣସୀରେ ଏକ ସମ୍ପୂର୍ଣ୍ଣ ନୂତନ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ସହିତ ଜଡିତ । ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ନିଷ୍ପତ୍ତି ସେମିକନ୍ ୨.୦ ମିଶନ ସହିତ ଜଡିତ, ଯାହାକୁ ଆଜି ଅନୁମୋଦନ କରାଯାଇଛି । ଏହି ଅନୁମୋଦନଗୁଡ଼ିକ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କାର ସାତଟି କ୍ୟାବିନେଟ ନିଷ୍ପତ୍ତିର ଏକ ବୃହତ ପ୍ୟାକେଜର ଅଂଶ । ଏହି ପ୍ୟାକେଜରେ ବାରାଣସୀରେ ଭିତ୍ତିଭୂମି ପ୍ରକଳ୍ପ, ୟୁରିଆ ପାଇଁ ଏକ ନୂତନ ଜାତୀୟ ନିବେଶ ନୀତି -୨୦୨୬, ପାରାଦୀପ-ହରିଦାସପୁର ରେଳ ଲାଇନର ଦୋହରୀକରଣ ଏବଂ ଡାଙ୍ଗୋଆପୋସି ଏବଂ ରାଜଖରସାୱାନ ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମସ୍ତ ଘୋଷଣା ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି।"