​​ନୂଆଦିଲ୍ଲୀ: ଜୁନ ୨୨ ତାରିଖରୁ ହେବାକୁ ଯାଉଛି ବୁଧ ଚଳନ । ବୁଧଙ୍କୁ ମସ୍ତିଷ୍କ, ବାଣୀ ଏବଂ ବାଣିଜ୍ୟର ରାଜା ବୋଲି ବିଶ୍ବାସ କରାଯାଏ। ଏମିତିରେ ଜୁନ୍ ୨୨ରେ ବୁଧଙ୍କ କର୍କଟ ରାଶିକୁ ଚଳନ, ବାକ୍ ଶକ୍ତି ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏହି ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକ ରହିଛି। ଯଦି କୌଣସି ନିଷ୍ପତ୍ତି ନେଉଛନ୍ତି ଯେ, ତେବେ ବୁଝି ବିଚାରି ନିଅନ୍ତୁ। ଯେପରି କୌଣସି ଅସୁବିଧାର ସାମ୍ନା କରିବାକୁ ନପଡ଼େ। ତେବେ ବୁଧଙ୍କ ଚଳନ କେଉଁ ରାଶିର ବ୍ୟକ୍ତିଙ୍କ ଜୀବନକୁ କିଭଳି ପ୍ରଭାବିତ କରିପାରେ ଏବଂ କେଉଁଭଳି ଭାବରେ ସାବଧାନତା ଅବଲମ୍ବନ କରିବେ ପଢ଼ନ୍ତୁ...

ସିଂହ ରାଶି

ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଏହି ସମୟ ସାମାନ୍ୟ ସମ୍ବେଦନଶୀଳ ରହିପାରେ। ଆକସ୍ମିକ ଭାବରେ ହେଉ ଅବା ଘରର କୌଣସି ଆବଶ୍ୟକତା ତଥା ସ୍ବାସ୍ଥ୍ୟଗତ କାରଣ କିମ୍ବା କୌଣସି ସ୍ଥାନକୁ ଯାତ୍ରା କାରଣରୁ ଖର୍ଚ୍ଚ ବଢ଼ିପାରେ। ଅନେକ ସମୟରେ ନ୍ଦ୍ବନ୍ଦ୍ବ ମଧ୍ୟ​‌ରେ ରହିପାରନ୍ତି। ଯାହାର ସିଧା ପ୍ରଭାବ ଆପଣଙ୍କ କାମ ଉପରେ ପଡ଼ିବ। ତେଣୁ ଅଯଥା ଖର୍ଚ୍ଚ କରିବାକୁ ବିରତ ରୁହନ୍ତ ଏବଂ ଅଯଥା ଚିନ୍ତା କରନ୍ତୁ ନାହିଁ। ସଂଯମତା ରକ୍ଷା କରନ୍ତୁ ଏବଂ ମନ ଶାନ୍ତ ରଖିବା ପାଇଁ ଧ୍ୟାନ କରନ୍ତୁ।

ଧନୁ ରାଶି

ଧନୁ ରାଶି ବ୍ୟକ୍ତିଙ୍କ ଅଷ୍ଟମ ଘରେ ଏହି ପରିବର୍ତ୍ତନ ହେଉଛି। ଏହାର ସିଧା ଅର୍ଥ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। କୌଣସି ପ୍ରକାରର ଲୋନ, ନିବେଶ କିମ୍ବା କୌଣସି ପ୍ରକାରର କାଗଜପତ୍ର କାମରେ ସତର୍କତାର ସହ କରନ୍ତୁ। ବୁଝିବିଚାରି କୌଣସି ପ୍ରତିଶ୍ରୁତି ଦିଅନ୍ତୁ।

କୁମ୍ଭ ରାଶି

କୁମ୍ଭ ରାଶି ବ୍ୟକ୍ତିଙ୍କୁ ଅଫିସ ଏବଂ କର୍ମରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସହକର୍ମୀଙ୍କ ସହ କଥା ହେବା ବେଳେ ଶବ୍ଦ ଉପରେ ସତର୍କତା କରନ୍ତୁ। ନହେଲେ ଭୁଲବୁଝାମଣା ହୋଇପାରେ। କାମର ବୋଝ ବଢ଼ିପାରେ, ଏଥିପାଇଁ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ସତର୍କ ରୁହନ୍ତୁ। ଅଫିସରେ ଅଯଥା କଥାରୁ ଦୂରେଇ ରୁହନ୍ତୁ।

Also Read: ସୂର୍ଯ୍ୟପରାଗରେ ଏଥର 'ନବପଞ୍ଚମ ଯୋଗ' : ଏହି ୪ ରାଶି ରୁହନ୍ତୁ ସତର୍କ, ବର୍ଷା ହେବ ଧନ କିନ୍ତୁ ମାଡ଼ି ଆସିବ ବିପଦ !

ମିଥୁନ ରାଶି

ମିଥୁନ ରାଶି ବ୍ୟକ୍ତି ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଏହାଦ୍ବାରା ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସହ କଥା ହେବା ବେଳେ ଭାବବିହ୍ବଳ ହୋଇ କୌଣସି ଭୁଲ କଥା କହିପାରନ୍ତି। ତେଣୁ ସତର୍କ ରୁହନ୍ତୁ। ଟଙ୍କା ପ୍ରସଙ୍ଗରେ ମଧ୍ୟ ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ କଥାରେ ସଂଯମତା ରଖନ୍ତୁ ଏବଂ କଡ଼ା ଶବ୍ଦ କହିବାରୁ ବିରତ ରୁହନ୍ତୁ।

ମେଷ ରାଶି

ମେଷ ରାଶି ବ୍ୟକ୍ତି, ଏହି ପରିବର୍ତ୍ତନ ଆପଣଙ୍କ ଘର ପରିସ୍ଥିତିକୁ ପ୍ରଭାବିତ କରିପାରେ। ଘରେ କୌଣସି ପ୍ରକାରର ଯୁକ୍ତିତର୍କକୁ ଏଡ଼ାନ୍ତୁ। ଯଦି ସମ୍ପତ୍ତି କିମ୍ବା ଜମିଜମା ସହ ଜଡ଼ିତ କୌଣସି ନିଷ୍ପତ୍ତି ନେବାର ଥାଏ, ତେବେ ତାହାକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତୁ। ଭାବବିହ୍ବଳ ହୋଇ ନେଇଥିବା କୌଣସି ନିଷ୍ପତ୍ତି ଆପଣଙ୍କୁ ଅଡ଼ୁଆାରେ ପକାଇପାରେ। ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ।

ବି.ଦ୍ର: ଏହି ଖବରରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଆଧାରିତ। ପ୍ରମେୟନ୍ୟୁଜସେଭେନ ଏହାର ସତ୍ୟାସତ୍ୟା ନେଇ କୌଣସି ଦାବି କରୁନାହିଁ। କୌଣସି ପ୍ରକାର ପରାମର୍ଶ ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।