ଦିଗପହଣ୍ଡି, ୦୪/୧୦ : ଭାଇବୋହୂକୁ ଆକ୍ରମଣ ଦେଢଶୂର । ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ମହିଳା । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତର ଡି.ଆମ୍ବଠା ଗ୍ରାମରେ ।

ରିପୋର୍ଟ ଅନୁସାରେ, ଗାଁକେ ନିଜ ଭାଇବୋହୂଙ୍କୁ ଏକ ଧାରୁଆ ଅସ୍ତ୍ରରେ ଦେଢ଼ଶୁର ଭୂସି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମର ବାବୁଲା ନାହାକ ତାଙ୍କ ସାନଭାଇଙ୍କ ସ୍ତ୍ରୀଙ୍କୁ ଏକ ଖଣତିରେ ପେଟକୁ ଭୁସିଦେଇଥିବା କୁହାଯାଉଛି ।ତେବେ ଆକ୍ରମଣ ପରେ ଭାଇବୋହୂ ଗୁରୁତର ହୋଇ ରାସ୍ତା ଉପରେ ଛଟପଟ ହେଉଥିଲେ ।

Also Read :- ଅମୃତସରରେ ଚାଞ୍ଚଲ୍ୟ! ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁଙ୍କୁ ଗୁଳି କରି ହତ୍ୟା

ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଡ଼ାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।