ନୂଆଦିଲ୍ଲୀ ୨୯।୦୩; ସୁସ୍ଥ ରହିବା ପାଇଁ ଆମକୁ ପର୍ଯ୍ୟପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । କିନ୍ତୁ କେବଳ ପାଣି ପିଇବା ଯଥେଷ୍ଚ ନୁହଁ ଆପଣ କେଉଁ ପାତ୍ରରେ ପାଣି ପିଉଛନ୍ତି ତାହାର ମଧ୍ୟ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପାକାଇଥାଏ । ବର୍ତ୍ତମାନ ସମୟରେ ଯେତେବେଳେ ପାଣି ବୋତଲର ପସନ୍ଦ ଆସେ ସାଧାରଣତଃ ଲୋକେ କାଚ କିମ୍ବା ,ତମ୍ବା ବୋତଲର ଅଧିକ ମାତ୍ରରେ ବାଛିଥାନ୍ତି। ଏହି ଦୁଇଟି ମଧ୍ୟରୁ କେଇଁଟା ଭଲ ଆସନ୍ତୁ ଜାଣିବା ।

ତମ୍ୱା ପାଣି ବୋତଲର ଉପକାରିତା : ପୁରାତନ କାଳରୁ ପାଣି ତମ୍ବା ବୋତଲରେ ରଖି ପିଇବାକୁ କୁହାଯାଉଥିଲା । ଏମିତି କଲେ ଶରୀର ସୁସ୍ଥ ରହିବା ସହ ଆୟୁଷ ବୃଦ୍ଧି ହୁଏ ବୋଲି କୁହାଯାଉଥିଲା । ତମ୍ବାରେ ଆଣ୍ଟି – ବ୍ୟାକ୍ଟେରିଆଲ ଗୁଣ ରହିଛି ତମ୍ବା ପାତ୍ରରେ ୮ରୁ ୧୦ଘଣ୍ଟା ପର୍ଯ୍ୟନ୍ତ ପାଣି ରଖିଲେ ,ସେଥିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି । ଏହି ପାତ୍ରରେ ପାଣି ରଖିବା ଦ୍ୱାରା ହଜମ ଶକ୍ତି ,ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ ।ଏହା ପେଟର ଗ୍ୟାସ୍, ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ । ତମ୍ବା ମିଶ୍ରିତ ଜଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।

କାଚ ବୋତଲର ଉପକାରିତା : ଯଦି ଆପଣ ପାଣିର ଶୁଦ୍ଧତା ଏବଂ ପ୍ରାକୃତିକ ସ୍ୱାଦ ରହିଆଏ , ତେବେ କାଚ ବୋତଲ ଏକ ଭଲ ପସନ୍ଦ । ରାସାୟନିକ ମୁକ୍ତ ପ୍ଲାଷ୍ଟିକ ବୋତଲ ପରି କାଚରୁ କୌଣସି ବିଷାକ୍ତ କେମିକାଲ୍ (ଈଚଇ) ପାଣିରେ ମିଶିବାର ଭୟ ନଥାଏ। କାଚ ବୋତଲରେ ରଖାଯାଇଥିବା ପାଣିର ସ୍ୱାଦ କେବେହେଲେ ବଦଳେ ନାହିଁ । କାଚ ବୋତଲକୁ ସହଜରେ ସଫା କରାଯାଇପାରେ ଏବଂ ଏଥିରେ ଦୁର୍ଗନ୍ଧ ହେବାର ସମ୍ଭାବନା କମ୍ ଥାଏ ।

ଉଭୟ ପାତ୍ରର ନିଜସ୍ୱ ଗୁଣ ରହିଛି। ଯଦି ଆପଣ ଔଷଧୀୟ ଗୁଣ ଚାହୁଁଛନ୍ତି, ତେବେ ସକାଳ ସମୟରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ସବୁଠାରୁ ଭଲ। ଅନ୍ୟପଟେ, ଦିନସାରା ସାଧାରଣ ବ୍ୟବହାର ପାଇଁ ଏବଂ ଅଫିସ କିମ୍ବା ଘରେ ପାଣି ରଖିବା ପାଇଁ କାଚ ବୋତଲ ଏକ ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ବିକଳ୍ପ । ତଥାପି ମନେ ରଖନ୍ତୁ, ତମ୍ବା ବୋତଲକୁ ସବୁବେଳେ ସଫା ରଖିବା ଜରୁରୀ ଏବଂ ଏଥିରେ କେବେ ବି ଲେମ୍ବୁ ରସ କିମ୍ବା କୌଣସି ଖଟା ଜାତୀୟ ପାନୀୟ ରଖନ୍ତୁ ନାହିଁ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

Also Read-Bay leaves: ତକିଆ ତଳେ ତେଜପତ୍ର ରଖି କାହିଁକି ଶୋଇଥାନ୍ତି ? ଏହାର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ