ତେହେରାନ, ୦୩/୦୪ :ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମିବାର ନାଁ ନେଉନି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ଭୟଙ୍କର ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ ଛାଡୁନି । ଆମେରିକାର ସାମରିକ ଘାଟି ସମେତ ବିଭିନ୍ନ ପ୍ରତିଷ୍ଠାନ ଉପରେ ମିସାଇଲ୍ ଆଟାକ୍ କରୁଛି ତେହେରାନ । ଏହାରି ଭିତରେ ଇରାନ ସେନା ବା ଆଇଆରଜିସି ବଡ ଦାବି କରିଛି ।

ଆଇଆରଜିସି ଦାବି କରିଛି ଯେ, ସେମାନେ ଆମେରିକାର ଏକ ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି । ଯାହାର ଭିଡିଓ ମଧ୍ୟ ଜାରି ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଆମେରିକାର ଏକ ଯୁଦ୍ଧ ବିମାନକୁ ଇସ୍ରାଏଲ ମିସାଇଲ୍ ଇଣ୍ଟରସେପ୍ଟ କରୁଛନ୍ତି । ଆକାଶରେ ହିଁ ଆକ୍ରମଣ କରି ଖସାଇ ଦେଉଛନ୍ତି । କାସିମ୍ ଦ୍ୱୀପ ନିକଟରେ ଏହି ଘଟଣା ଘଟିଛି ।

ତେବେ ଇରାନର ଦାବିକୁ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଅଗ୍ରାହ୍ୟ କରି ଦେଇଛି । କୌଣସି ଯୁଦ୍ଧ ବିମାନ କ୍ଷତି ହୋଇନଥିବା ୟୁଏସ କହିଛି । ଅନ୍ୟ ଦିଗରେ ଇରାନ ସରକାର ଆମେରିକାର ଆବ୍ରାହମ୍ ଲିଙ୍କନକୁ ଟାର୍ଗେଟ୍ କରିଥିବା କହିଛନ୍ତି । ୟୁଏଇ ସୀମା ନିକଟରେ ଥିବା ଆବ୍ରାହମ୍ ଲିଙ୍କନ ଉପରେ ମିସାଇଲ୍ ଆକ୍ରମଣ ହୋଇଛି । ଏଥିରେ ଅନେକ ମୃତହାତ ହୋଇଥିବା ତେହେରାନ ପକ୍ଷରୁ କୁହାଯାଇଛି ।

ଇରାନରେ ଗର୍ଜିଲା ମିସାଇଲ

ଗୁରୁବାର ଆମେରିକା- ଇସ୍ରାଏଲ ଇରାନକୁ ଏକ ବହୁତ ବଡ଼ ରଣନୈତିକ ଓ ଆର୍ଥିକ ଝଟକା ଦେଇଛନ୍ତି। ଆମେରିକା ଓ ଇସ୍ରାଏଲ ବାୟୁସେନାର ମିଳିତ ଆକ୍ରମଣରେ ଇରାନର ଅଲବୋର୍ଜ ପ୍ରାନ୍ତରେ ଥିବା ମଧ୍ୟପ୍ରାଚ୍ୟର ସବୁଠୁ ଉଚ୍ଚା ବି-୧ ବ୍ରିଜ୍କୁ ଟାର୍ଗେଟ କରାଯାଇଛି। ଏଥିରେ ପୋଲଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହା ଏକ ନିର୍ମାଣାଧୀନ ପୋଲ ଓ ଏହାକୁ ଦେଶର ପ୍ରମୁଖ ଇଞ୍ଜିନିୟରିଂ ଉପଲବ୍ଧି ମନେ କରାଯାଉଥିଲା। ପୋଲର ନିର୍ମାଣ କାମ ଶେଷ ହୋଇସାରିଥିଲା। ତେବେ ଉପଯୋଗରେ ଆସିବା ପୂର୍ବରୁ ଆମେରିକା ଓ ଇସ୍ରାଏଲ ଏହାକୁ ନଷ୍ଟ କରିଦେଇଛନ୍ତି।

Also Read :-କାହିଁକି ବିଦା ହେଲେ ଆମେରିକା ସେନା ମୁଖ୍ୟ ? ଜଣା ପଡିଲା କାରଣ...

ଏହା ତେହେରାନକୁ କରାଜ ସହିତ ସଂଯୁକ୍ତ କରୁଥିଲା। ପୋଲଟି ୧,୦୫୦ ମିଟର ଲମ୍ବା ହୋଇଥିବା ବେଳେ ଏହା ୧୩୬ ମିଟର ଉଚ୍ଚ ଖମ୍ବ ଉପରେ ଥିଲା। ଏହାର ନିର୍ମାଣରେ ପାଖାପାଖି ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏହି ଆକ୍ରମଣକୁ ଇରାନ ଲାଗି ନା କେବଳ ଏକ ସାମରିକ ପରାଜୟ ଭାବେ ଦେଖା ଯାଉଛି ବରଂ ବ୍ୟାପକ ଆର୍ଥିକ କ୍ଷତି ବୋଲି ମଧ୍ୟ ମନେ କରାଯାଉଛି।