କଟକ ୧୬।୪: ସୋସିଆଲ ମିଡିଆରୁ ପରିଚୟ । ପୁରୁଷ ବନ୍ଧୁଙ୍କ ସହ ପୁରୀ ଯାଇଥିଲେ ଛାତ୍ରୀ । କଟକରେ ପଢୁଥିବା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ । ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ।

ଯାଜପୁର ଅଞ୍ଚଳର ଛାତ୍ରୀଙ୍କ ସହ ଜଣେ ଯୁବକର ସୋସିଆଲ ମିଡିଆରୁ ପରିଚୟ ହୋଇଥିଲା । ପରେ ସଂପର୍କ ଘନିଷ୍ଠ ହେବାରୁ ଛାତ୍ରୀଙ୍କୁ ଯୁବକ ଜଣକ ନଭେମ୍ବର ମାସରେ ପୁରୀ ନେଇ ଯାଇଥିଲେ । ସାଙ୍ଗରେ ଯୁବକଙ୍କ ତିନି ସାଙ୍ଗ ପୁରୀ ଯାଇଥିଲେ । ସେଠାରେ ଏକ ହୋଟେଲରେ ପୁରୁଷ ବନ୍ଧୁ ଜଣକ ତାଙ୍କ ସହ ଅସଦାଚରଣ କରିଥିଲେ ବୋଲି ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ସେବେଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

Also Read:- Sofia Firdous: ସସ୍‌ପେଣ୍ଡ ବୋଲି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନି, କିନ୍ତୁ ମୁଁ ଦଳରେ ଅଛି, ଆଉ ଆଗକୁ ରହିବି..

ପୋଲିସ ବୁଧବାର ଯାଜପୁରରୁ ମୁଖ୍ୟ ଅଭିଯୁକ୍ତ ସହ ତିନି ଜଣଙ୍କୁ ଗିରଫ କରିଥିଲା । ମେଡିକାଲ ପରୀକ୍ଷା ସରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଛାତ୍ରୀ ଜଣଙ୍କ ଘର ମଧ୍ୟ ଯାଜପୁର ଅଞ୍ଚଳରେ । ସେ ଏକ ସରକାରୀ ମହାବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିଲେ ।