ଘଟଗାଁ ୦୪।୦୭: ଗୁଣି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା । ପରିତ୍ୟକ୍ତ କୂଅରୁ ନିଖୋଜ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ବଳିପର୍ବତ ଗାଁର ହୁଲ୍ଲାବାହାଳି ସାହିରେ ଅଭାବନୀୟ ଘଟଣା।

ଖବର ଅନୁଯାୟୀ, ମୃତ ଦମ୍ପତି ହେଉଛନ୍ତି ଖଗେଶ୍ବର ସୋରେନ୍ ଓ ଟୁନି ସୋରେନ୍ । ଉଭୟ ୭ ଦିନ ହେବ ନିଖୋଜ ଥିଲେ । ଉଭୟଙ୍କ ଗଳିତ ମୃତ ଦେହ ଗାଁ ନିକଟସ୍ତ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ପୋଲିସ୍ । ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଏହି ଦମ୍ପତି ଜୁନ ମାସ ୨୫ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାରବର୍ଗ ଚାରିଆଡ଼େ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କର କୌଣସି ପତ୍ତା ମିଳିନଥିଲା I ତେବେ ଆଜି ସାହିର ଏକ କୂଅରୁ ଉଭୟ ଦମ୍ପତିଙ୍କ ଗଳିତ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ଲୋକଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇଛି ।

Also Read:-ମନୋବିଜ୍ଞାନ କଥା...ଯେଉଁମାନେ ସବୁବେଳେ ବିଳମ୍ଵରେ ଆସନ୍ତ, ଜାଣନ୍ତୁ ସେମାନଙ୍କ ବ୍ୟକ୍ତିତ୍ବ କିଭଳି ?

ତେବେ ସ୍ୱମୀ-ସ୍ତ୍ରୀଙ୍କୁ କିଏ କାହିଁକି ହତ୍ୟା କରିଲା । ନା ମୃତ୍ୟୁ ପଛରେ ଆଉ କଣ କାରଣ । ଏସବୁର ତଦନ୍ତ କରୁଛି ପୋଲିସ । ପୁରା ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।