ଚିତ୍ରକୋଣ୍ଡା ୧୩।୦୯ : ଲଗାଣ ବର୍ଷା ହେଲା କାଳ । ବୁଡିଗଲା ଚିତ୍ରକୋଣ୍ଡା ଆରେଙ୍ଗି ଘାଟର ଡଙ୍ଗା। ଅନ୍ୟପଟେ ଅଧପାନ୍ତରିଆ ପଡ଼ିଥିବା ପୋଲ ଯୋଗୁଁ ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି ୬ଟି ପଞ୍ଚାୟତର ଲୋକେ ।

ନଦୀ ପାର ହେବାକୁ ଲୋକଙ୍କ ଏକ ମାତ୍ର ଭରସା ଥିଲା ଡଙ୍ଗା । କିନ୍ତୁ ଲଗାଣ ବର୍ଷା ସେହି ଭରସାକୁ ବି ଭାଙ୍ଗିଦେଇଛି । ବର୍ଷା ଓ ନଦୀରେ ବଢ଼ିଥିବା ଜଳସ୍ତର ଯୋଗୁଁ ଡଙ୍ଗା ବୁଡ଼ିଯାଇଛି । ଯାହାଫଳରେ ଯାତାୟାତ ସମସ୍ୟା ଆହୁରି ସଙ୍ଗୀନ ହୋଇପଡ଼ିଛି। ହାଟ ବଜାର କଥା କୁହନ୍ତୁ ଅଥବା କୌଣସି ମେଡିକାଲ କାର୍ଯ୍ୟ, ନିର୍ଭର କରିବାକୁ ପଡେ ଚିତ୍ରକୋଣ୍ଡା ଉପରେ । ତେବେ ରାସ୍ତାର ବ୍ୟବସ୍ଥା ନଥିବା କାରଣରୁ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଲୋକେ।

Also Read:-୨୪୩ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡୋନେସିଆ ଜାହାଜ ନିଖୋଜ, ଜାଭା ସାଗରରେ ବଡ ସର୍ଚ୍ଚ ଅପରେସନ