ଭୁବନେଶ୍ୱର ୨୭।୦୨: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍ । ମେ ୨ୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ୫୧ଟି କେନ୍ଦ୍ରରେ ଖାତା ଦେଖା ହେବ । ମାର୍ଚ୍ଚ ୧୯ରୁ ବିଭିନ୍ନ ସେଣ୍ଟରରେ ଆରମ୍ଭ ହେବ ଖାତା ଦେଖା ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।.

ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ମାଟ୍ରିକ୍ ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ସମୟ ପାଇବେ ପରୀକ୍ଷାର୍ଥୀ । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ତେବେ ଫେବ୍ରୁଆରୀ ୧୯ ତାରିଖ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା, ୨୧ ତାରିଖରେ ଇଂରାଜୀ, ୨୩ ତାରିଖରେ ସଂସ୍କୃତ/ହିନ୍ଦୀ, ୨୫ ତାରିଖରେ ବିଜ୍ଞାନ, ୨୭ ତାରିଖରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।