ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ତାଲିକାରେ ୮୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଜାଲୁକବାରୀ ନିର୍ବାଚନ କ୍ଷେତ୍ରରୁ ଲଢ଼ିବେ। ଏପ୍ରିଲ ୯ରେ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ଏବଂ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି।

also read- I-PAC ମାମଲାରେ ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଜାଣନ୍ତୁ କ’ଣ କହିଲେ କୋର୍ଟ?

କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ଲୋକସଭା ସାଂସଦ ପ୍ରଦ୍ୟୁତ୍ ବୋର୍ଡୋଲୋଇଙ୍କୁ ଦିସପୁର ଆସନ ପାଇଁ ଟିକେଟ୍ ଦିଆଯାଇଛି। ଦିସପୁରକୁ ଆସାମର ସବୁଠାରୁ ହାଇ-ପ୍ରୋଫାଇଲ୍ ଆସନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରଦ୍ୟୁତ୍ ବୋର୍ଡୋଲୋଇ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବୁଧବାର ହିମନ୍ତ ବିଶ୍ୱ ଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ ଏହି ପଦକ୍ଷେପ ଦଳକୁ ମଜବୁତ କରିବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ତାଙ୍କର ପୂର୍ବ ଆସନ ଜାଲୁକବାରିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯେଉଁଠାରେ ସେ ନିରନ୍ତର ଦୃଢ଼ ପ୍ରଦର୍ଶନ କରିଛନ୍ତି।