ଭୁବନେଶ୍ୱର ୧୩।୦୭ : ରାଜ୍ୟ ରାଜନୀତିରେ ନୂଆ ଝଡ଼ । ତାହା ପୁଣି ଅନ୍ୟ କେଉଁ ପ୍ରସଙ୍ଗ ନେଇ ନୁହେଁ । ରବିବାର ମୁଖ୍ୟମନ୍ତ୍ରୀ ଦେଇଥିବା ‘୨୫ ବର୍ଷ’ର ମନ୍ତବ୍ୟ ନେଇ ରାଜନୈତିକ ମାହୋଲ ସରଗରମ ।

ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ଆଗାମୀ ଦିନରେ ଅନ୍ୟ ଦଳର ବଡ଼ ବଡ଼ ନେତା ଆମ ଦଳକୁ ଆସିବେ । ଆମ ସରକାର ୨୫ ବର୍ଷ ଶାସନ କରିବ। ଏଥିରେ କୌଣସି ସନ୍ଦେହ ନାହିଁ। ଏ ସରକାର ସ୍ୱଚ୍ଛତାର ସହ ଲୋକଙ୍କ ପାଖରେ ପହଁଚିଛି। ୨ ବର୍ଷରେ ଯେତେ ନିର୍ବାଚନ ହୋଇଛି ସେଥିରେ ପ୍ରମାଣିତ ହୋଇଛି। ଏମିତି କି ଆସନ୍ତା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦେଖିବେ। ଆମ ସରକାର ବିକଶିତ ଓଡ଼ିଶା ଗଠନ ପାଇଁ ଯାହା ଦରକାର ସେ ଚିତ୍ର ଆଙ୍କିଛୁ। ୨୦୩୬ ମସିହା ସୁଦ୍ଧା ଆମେ ବିକଶିତ ଓଡ଼ିଶା ଗଠନ କରିଛୁ। ବିରୋଧୀ ଆଜି ଯାଏଁ ଦୁର୍ନୀତି ବିରୋଧରେ ପ୍ରଶ୍ନ ଉଠାଇ ପାରିନାହାନ୍ତି। ଏହି ୨ ବର୍ଷ ଭିତରେ ବିଜେପିକୁ ବହୁତ ନେତା ଅନ୍ୟ ଦଳରୁ ଆସିଛନ୍ତି। ଆଗାମୀ ଦିନରେ ଅନେକ ନେତା ଆସିବେ। ଯେଉଁଥିରେ ବହୁତ ବଡ଼ ନେତା ଅଛନ୍ତି। ବିଜେପି ଗୋଟିଏ ସମୁଦ୍ର ପରି ପାର୍ଟି।

Also Read:-Ambulance Accident: ରୋଗୀ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ୧୦୮ ଆମ୍ବୁଲାନ୍ସ, ଦୁର୍ଘଟଣାରେ ୩ ଗୁରୁତର

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଏ ସରକାର ୨ ବର୍ଷରେ ଆଣ୍ଠେଇଲାଣି, ୨୫ ବର୍ଷ କଣ ଶାସନ କରିବେ । ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ। ବିଜେପିକୁ କ୍ଷମତା ଲୋଭି ଲୋକ ଯାଉଛନ୍ତି। କଂଗ୍ରେସରୁ କେହି ଜଣେ ହେଲେ ବିଜେପି ଯିବେ ନାହିଁ। ୨ ବର୍ଷରେ ସରକାର ଆଣ୍ଡେଇ ପଡ଼ିଲାଣି। ଓଡ଼ିଶାବାସୀଙ୍କ ଆଶା ସରକାର ଧୂଳିସାତ କରିଛନ୍ତି। ଦୁର୍ନୀତି ଗସ୍ତ ନେତା ଏବେ ସବୁ ବିଜେପି ଯାଉଛନ୍ତି। ତେଣୁ ନିଜେ ବଞ୍ଚିବା ପାଇଁ ବିଜେପି ଯାଉଛନ୍ତି।