ଭୁବନେଶ୍ୱର ୧୨।୧୦ : ଛାତ୍ର ସଂସଦ ନିର୍ବାଚନରେ ଦେଖା ଦେଇଥିବା ହିଂସାକୁ ନେଇ ସରକାରୀ ଦଳକୁ ଘେରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ସରକାରୀ ଦଳର ଅହେତୁକ ଅନୁପ୍ରବେଶ ରହୁଛି । ସାମାନ୍ୟ ଛାତ୍ର ସଂସଦ ନିର୍ବାଚନରେ ଯଦି ସରକାର ହସ୍ତାକ୍ଷପ କରିବେ , ପ୍ରଶାସନ ହସ୍ତକ୍ଷପ କରିବ ତାହେଲେ ନିଶ୍ଚିତ ଭାବରେ କଲେଜର ପରିସର ଓ ପରିବେଶ ଖରାପ ହେବ।

ସେପଟେ ଜବାବରେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଯେଉଁମାନଙ୍କୁ କ୍ୟାମ୍ପସରେ ହାରିବାର ଭୟ ଘାରିଛି, ସେମାନେ କ୍ୟାମ୍ପସରେ ହିଂସା କରୁଛନ୍ତି  । ଯେଉଁମାନେ ୮ ବର୍ଷ ପୂର୍ବରୁ କ୍ୟାମ୍ପସକୁ କବଜା କରି ରଖିଥିଲେ,  ଓଉ ରାଇତା, ସାଲାଡ୍ ସାଲାଡ୍ ପଢ଼ାଉ ଥିଲେ ତାହା ଆଉ ହବାକୁ ଦେବୁନି ବୋଲି କହିଛି ବିଜେପି । ପ୍ରସନ୍ନ ବାବୁ ଜଣେ ଛାତ୍ର ନେତା । ସେ ଛାତ୍ରମାନଙ୍କୁ କ୍ୟାମ୍ପସରେ ଛାଡ଼ି ଦିଅନ୍ତୁ | ବିଜେଡିର ପ୍ରସନ୍ନ ବାବୁ, ଅରୁଣ ସାହୁ କିମ୍ବା ଇପ୍ସିତା ଭଉଣୀ ଯେମିତି ଯାଇ କ୍ୟାମ୍ପସରେ ହେଉଛନ୍ତି ଲାଗୁଛି ସେମାନଙ୍କୁ ହାରିବାର ଭୟ ଘାରିଛି । ବିଜେପିର କୌଣସି ଜଣେ ନେତା କ୍ୟାମ୍ପସକୁ ଯାଇଛନ୍ତି କି ? ସେମାନେ କୁହନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି ।

Also Read:-ଛାତ୍ର ସଂସଦ ନିର୍ବାଚନ ନେଇ ବିଜେପିକୁ ଘେରିଲେ ଲେନିନ ମହାନ୍ତି, କହିଲେ- ଏତେ ତରିବରିଆ କାହିଁକି ? କାହା ସ୍ୱାର୍ଥରେ ନିର୍ବାଚନ