ଭୁବନେଶ୍ବର ୨୫।୧୨: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ଦେବୀ କହିଛନ୍ତି, ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ । ଶୁକ୍ରବାର ଦଳର ପ୍ରତିଷ୍ଠା ଦିବସ । କ୍ଷେତ୍ରୀୟ ସ୍ତରରେ ପାଳନ କରାଯିବ । ଶଙ୍ଖ ଭବନରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଦଳର ସଭାପତି ଯୋଗ ଦେବେ ।ଭୂପିନ୍ଦର ବାବୁ ସବୁବେଳେ ମିଡିଆରେ କହୁଛନ୍ତି । ମୁଁ ଶୁଣୁଛି । ଯଦି ଦଳ ପରିଚାଳନା ୩ରୁ ୪ ଜଣ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ଭାବେ ସଠିକ୍ ଫୋରମ୍‌ରେ କୁହନ୍ତୁ । ଏବେ ପିକନିକ ମାସ । ସମସ୍ତେ ଭୋଜି ଭାତ କରିବେ । ଦଳ ସଙ୍ଗଠିତ ଅଛି, ସମସ୍ତଙ୍କୁ ନେଇ ଚାଲିଛି ବୋଲି ଦେବୀ ମିଶ୍ର ।

ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ କହିଥିଲେ ୨୦୨୫ ବିଜେଡି ପାଇଁ ଭଲ ନଥିଲା । ନବୀନ ବାବୁ ନେତୃତ୍ୱ ନେବେ କି ନାହିଁ । ସେଥିପାଇଁ ଦ୍ୱନ୍ଦ୍ବରେ ଥିଲେ । କିନ୍ତୁ ଏବେ ସେ ଦ୍ୱନ୍ଦ୍ବ ଆଉ ନାହିଁ । ନବୀନ ବାବୁଙ୍କ ବଦଳରେ ଯଦି ଆଉ କାହାକୁ ଅଣାଗଲା, ତେବେ ଦଳ ଭାଙ୍ଗିଯିବ । ଏମିତି କିଛି କହି ପୁଣି ଥରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟ କରିଛନ୍ତି ।

ବରିଷ୍ଠ ନେତାମାନେ ଯାହା ଭାବି ବସିଥିଲୁ । ଏବେ ଜୁନିୟର ମାନେ ବି ସେଇ ଚିନ୍ତାରେ ଏକାଠି ବସିଥିଲେ । ୨୦୨୫ ବିଜେଡି ପାଇଁ ଭଲ ନଥିଲା । ନବୀନ ବାବୁ ନେତୃତ୍ୱ ନେବେ ନା ନାହିଁ ସେଥିପାଇଁ ଦ୍ୱନ୍ଦ୍ବ ଥିଲା । ଏବେ କିନ୍ତୁ ସେ ଦ୍ୱନ୍ଦ୍ବ ନାହିଁ । ଦଳର ସଭାପତି ସ୍ପଷ୍ଟ କରିଛନ୍ତି । ସେ ହିଁ ଦାୟିତ୍ୱରେ ରହିବେ । କିଛି ନୂଆ ଲୋକଙ୍କୁ ଯଦି ଅଣାଗଲା, ତେବେ ବିଜେଡି ଭାଗ ହୋଇଯିବ । ଭବିଷ୍ୟତ ହେଉଛି ନବୀନ ବାବୁଙ୍କୁ ଛାଡ଼ି ବିଜେଡି ରହିପାରିବ ନାହିଁ । ଦଳର ସଭାପତି ଜାଣିସାରିଛନ୍ତି, ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି, ତାଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି । ଦଳରେ ସମସ୍ତ ଆସିପାରିବେ , କିନ୍ତୁ ଯିଏ ଆସିବ ସେ ପ୍ରଥମେ କାମ କରିବା ଉଚିତ । ତିନି ଜଣଙ୍କୁ ନେଇ ଦଳ ପରିଚାଳନା ହୁଏ ନାହିଁ । ଗୋଟିଏ ଟିମ୍ ହୋଇ କାମ କରିବା ଉଚିତ । ଯୁବ ନେତାମାନେ ଏହି ଉଦ୍ଦେଶ୍ୟରେ ବସିଥିଲେ । ସେମାନେ ଜାଣିଛନ୍ତି ଯେ, ନବୀନଙ୍କ ଛଡ଼ା ଅନ୍ୟ କେହି ବୁଝିଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର । ଦଳ ସମସ୍ତଙ୍କୁ ନେଇ ଚାଲିପାରିବନାହିଁ । ଅସନ୍ତୋଷ ବୋଲି ୪୦ ଜଣ ଝୁମୁକାରେ ଏକାଠି ହୋଇଥିଲେ । ଆମେ ବି ବସୁଛୁ । ପ୍ରଫୁଲ ମଲ୍ଲିକଙ୍କୁ କାହିଁକି ଦଳରୁ ବାହାର କରାଗଲା । ଯଦି ଆକ୍ସନ ନେବା କଥା ସମସ୍ତଙ୍କ ଉପରେ ନିଆଯାଇପାରିଥାନ୍ତା । ୨୪ ନିର୍ବାଚନରେ ବିଜୁ ବାବୁଙ୍କୁ ଆମେ ପୁରା ଭୁଲିଗଲୁ । ପୋଷ୍ଟରରେ ବିଜୁ ବାବୁ ଫଟୋ ବି ରହିଲାନି । ଦଳକୁ ସଂଗଠିତ ପାଇଁ ନବୀନ ବାବୁ ବରିଷ୍ଠଙ୍କୁ ଡାକି ଆଲୋଚନା କରିବେ ।