ଭୁବନେଶ୍ୱର: ମୋଦୀ କ୍ୟାବିନେଟ୍‌ରେ ଐତିହାସିକ ନିଷ୍ପତ୍ତି। ସୀମା ନିର୍ଦ୍ଧାରଣ ସମ୍ବନ୍ଧୀୟ ସମ୍ବିଧାନ ସଂଶୋଧନ ବିଲ୍କୁ ମଞ୍ଜୁରୀ ମିଳିଛି। ଏଥିରେ ବିଭିନ୍ନ ରାଜ୍ୟରେ ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ରହିଛି। କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ। ଏହି ସ୍ୱତନ୍ତ୍ର ଅଧିବେଶନକୁ ନେଇ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସରକାର ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସମ୍ବନ୍ଧୀୟ ସମ୍ବିଧାନ ସଂଶୋଧନ ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ନେଇ ରାଜ୍ୟରେ ଉତ୍ସୁକତା ଦେଖାଦେଇଛି।

ବିଲ୍‌କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି- ମହିଳା ସଂରକ୍ଷଣ ବିଲ୍କୁ ଯେପରି ସମସ୍ତେ ସମର୍ଥନ ଦେଇଥିଲେ ଡିଲିମିଟେସନ ବିଲକୁ ସମର୍ଥନ ଦେବେ ବୋଲି ଆଶା। ୫୦ ପ୍ରତିଶତ ସିଟ୍ ବୃଦ୍ଧି ହେବ। ସବୁ ରାଜ୍ୟର ୫୦ ପ୍ରତିଶତ ବଢ଼ିବ। ବିଜେଡି ନାରାଜ ହେବାର କିଛି କାରଣ ନାହିଁ। ଡି ଲିମିଟେସନ ବିଲ ପାସ ହେଲେ କେଉଁ ସିଟ ସଂରକ୍ଷଣ ରହିବ, ମହିଳାଙ୍କ ପାଇଁ କେଉଁ ବିଲ ସଂରକ୍ଷଣ ରହିବ ତାହା ସ୍ପଷ୍ଟ ହେବ। ଡି ଲିମିଟେସନ ବିଲ ପାସ ନ ହେଲେ ସାମ୍ବିଧାନିକ ସମସ୍ୟା ସୃଷ୍ଟି ହେବ ବୋଲି ସେ କହିଛନ୍ତି।