ଆନନ୍ଦପୁର: ପୋଷ୍ଟ ଅଫିସ୍ ପରିସରରେ ଅହିରାଜ । ଲୋକେ ଟେକା ଫିଙ୍ଗି ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ଉଦ୍ଧାର କଲା ବନବିଭାଗ । ଉଦ୍ଧାର ପରେ ଖବରପାଇ ବନ ବିଭିଗ କର୍ମଚାରୀମାନେ ପହଁଞ୍ଚି ସାପଟିକୁ ନେଇ ସୁରକ୍ଷିତ ଜଙ୍ଗଲରେ ଛାଡିଛନ୍ତି । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ହଦଗଡ ଡାକଘର ଠାରେ ।

ସୂଚନା ଥାଉକି, ଅଭୟାରଣ୍ୟର ପାଦଦେଶରେ ରହିଛି ହଦଗଡ ଡାକଘର । ସେଥିପାଇଁ ପୋଷ୍ଟ ଅଫିସର ପରିସରକୁ ଏକ ବିରାଟକାୟ ଅହରାଜ ପଶି ଆସିଥିଲା । ତେବେ ଏତେବଟ ସାପକୁ ଦେଖି ସେଠାରେ ଥିବା ଲୋକେ ଭୟଭୀତ ହୋଇ ପଡିଥିଲେ । ଏମିତିକି ସାପଟିକୁ ଘଉଡାଇବାକୁ ଟେକା ପଥର ଫିଙ୍ଗିଥିଲେ । ହେଲେ ଠିକ୍ ସମୟରେ ଖବରପାଇ ବନବିଭାଗର ସ୍ନେକ୍ ହେଲ୍ପଲାଇନ୍ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲା ।